Latest Odisha News

BREAKING NEWS

ରୁଷିଆ ନିକଟରୁ ଭାରତ କିଣିବ ୭୦ ହଜାର ଏକେ-୧୦୩ ରାଇଫଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ଆଫଗାନିସ୍ତାନର ବର୍ତମାନ ଅବସ୍ଥା ଏବଂ ଚୀନ, ପାକିସ୍ତାନକୁ ଆଖି ଆଗରେ ରଖି ଭାରତୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି । ୩୦୦ କୋଟି ଟଙ୍କାର ଏମେର୍ଜନ୍ସି ଚୁକ୍ତି କରାଯାଇଥିବାରୁ ଏହା ଅଳ୍ପ ଦିନ ମଧ୍ୟରେ ଭାରତକୁ ମିଳିଯିବ ।

BjdElectrycity

ଭାରତକୁ ୧.୫ ଲକ୍ଷ ଏହି ନୂତନ ରାଇଫଲର ଆବଶ୍ୟକତା ରହିଛି । ଜମ୍ମୁ-କଶ୍ମୀର, ଶ୍ରୀନଗର ପରି ସମ୍ବେଦନଶୀଳ ଅଂଚଳରେ ଏହା ପ୍ରଥମେ ସେନାଙ୍କୁ ଦିଆଯିବ । ତାଲିବାନମାନେ ଆମେରିକାର ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାତମୁଠାକୁ ନେଇ ଯାଇଥିବାରୁ ଭାରତ ଚିନ୍ତାରେ ପଡିଛି ।

Leave A Reply

Your email address will not be published.