Latest Odisha News

BREAKING NEWS

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଜରୁରୀ ପରାମର୍ଶ

ଚାଞ୍ଚଲ୍ୟକର ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ ହେଡଲାଇନ ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛି ।

ଏ ସଂକ୍ରାନ୍ତରେ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକୀୟ ପରାମର୍ଶ ସହିତ ଏକ ମାର୍ଗ ଦର୍ଶିକା ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିସ୍ତ୍ୱୃତ ମାର୍ଗଦର୍ଶିକାରେ କେବୁଲ ଟେଲିଭିଜନ ନେଟୱାର୍କ ନିୟାମକ ଆଇନ ୧୯୯୫ ଧାରା ୨୦ର ବ୍ୟବସ୍ଥାକୁ ପାଳନ କରିବା ଲାଗି ଆହ୍ୱାନ କରାଯାଇଛି ।ଏଥିସହିତ ଏହି ଆଇନ ଅଧିନରେ ଆସୁଥିବା ନିର୍ଧାରିତ କାର୍ଯ୍ୟକ୍ରମ ସଂହିତାକୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ନିକଟରେ କେତେକ ଟିଭି ସାଟେଲାଇଟ ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ ଘଟଣା ଏବଂ ଘଟଣା ସଂକ୍ରାନ୍ତ ଖବର ଏପରି ଭାବେ ପ୍ରସାରଣ କରାଯାଇଥିଲା , ଯାହାକି ଅସତ୍ୟ , ଭ୍ରମାତ୍ମକ ଓ ଚାଞ୍ଚଲ୍ୟକର ଥିଲା ।ଏଥିରେ ବ୍ୟବହୃତ ଭାଷା ଏବଂ ଟିପ୍ପଣୀ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନଥିଲା । ଏପରି ଖବର ପ୍ରସାରଣ ଅଶାଳୀନ ,ଅଶ୍ଲୀଳ, ଅସମ୍ମାନସୂଚକ ଏବଂ ସାଂପ୍ରଦାୟିକ ସଦଭାବ ନଷ୍ଟ କରିବା ଭଳି ଥିଲା । ଏପରି ଖବର ପ୍ରସାରଣ ଦୃଷ୍ଟିକୁ ଆସିବା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।ଏହି ସଂକ୍ରାନ୍ତରେ ମନ୍ତ୍ରାଳୟପକ୍ଷରୁ ଜାରି ମାର୍ଗଦର୍ଶିକା ୟୁକ୍ରେନ-ଋଷ ଯୁଦ୍ଧ, ଉତ୍ତର ପଶ୍ଚିମ ଦିଲ୍ଲୀରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରସାରିତ ଖବରର ଉଦାହରଣ ଦିଆଯାଇଛି ।
ଏସବୁ ଖବର ପ୍ରସାରଣ ସମୟରେ କେତେକ ଟିିଭି ଚ୍ୟାନେଲରେ ବିଷୟ ବସ୍ତୁ ଏବଂ ବିତର୍କରେ କାର୍ଯ୍ୟକ୍ରମ ସଂହିତାର ଉଲ୍ଲଙ୍ଘନ କରାଯାଇଥିବା ମନ୍ତ୍ରାଳୟର ଦୃଷ୍ଟିକୁ ଆସିଛି । ଋଷ- ୟୁକ୍ରେନ ଯୁଦ୍ଧ ଉପରେ ରିପୋର୍ଟିଂ କରିବା ସମୟରେକେତେକ ଚ୍ୟାନେଲରେ ଚାଞ୍ଚଲ୍ୟକର ତଥା ନିନ୍ଦନୀୟ ଶୀର୍ଷକ ବ୍ୟବହାର କରୁଥିବା ମନ୍ତ୍ରାଳୟର ଦୃଷ୍ଟିକୁ ଆସିଛି ।ସେହିପରି ସାମ୍ବାଦିକମାନେ କେତେକ ଆଧାରହୀନ ଏବଂ ମନଗଢା ଦାବି କରିବା ଏବଂ ଦର୍ଶକଙ୍କୁ ଉତ୍ତେଜିତ କରିବା ଭଳି ଅତିଶୟୋକ୍ତିର ବ୍ୟବହାର କରିଛନ୍ତି ।

ଦିଲ୍ଲୀ ହିଂସା ମାମଲାରେ କେତେକ ଚ୍ୟାନେଲ ଉତ୍ତେଜନା ସୃଷ୍ଟିକାରୀ ଶୀର୍ଷକ ଏବଂ ହିଂସାତ୍ମକ ଭିଡିଓ ଥିବା ସମାଚାରପ୍ରସାରିତ କରିଛନ୍ତି ।ଏପରି ଖବର ପ୍ରସାରଣ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ବିଦେଷ ସୃଷ୍ଟି କରିବା ସହିତ ଶାନ୍ତି ଏବଂ ଆଇନ ଶୃଙ୍ଖଳା ନଷ୍ଟ କରି ଦେଇପାରେ ।କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଚ୍ୟାନେଲମାନେ ଅଯଥା ଚର୍ଚ୍ଚା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

ଅସଂସଦୀୟ ଉତ୍ତେଜନା ସୃଷ୍ଟିକାରୀ ଏବଂ ସାମାଜିକ ଭାବେ ଅସ୍ୱୀକାରଯୋଗ୍ୟ ଭାଷା , ସାମ୍ପ୍ରଦାୟିକ ଟିପ୍ପଣୀ ଓ ଅପମାନଜନକ ସନ୍ଦର୍ଭ ପ୍ରସାରଣ କରୁଥିବା ଘରୋଇ ଟିଭି ଚ୍ୟାନେଲ ଗୁଡିକୁ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି ।ଏପରି ଖବର ପ୍ରସାରଣ ଦର୍ଶକ ମାନଙ୍କ ଉପରେ ନକରାତ୍ମକ ମନୋବୈଜ୍ଞାନିକ ପ୍ରଭାବ ପକାଇପାରେ ଏବଂ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ ।

ସମାଜରେ ବ୍ୟାପକ ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।ହିଂସାତ୍ମକ ଘଟଣାଗୁଡିକରେ ଏପରି ଉତ୍ତେଜନା ସୃଷ୍ଟିକାରୀ ଖବର ପ୍ରସାରଣର ଉଦାହରଣ ଦେଇ ମନ୍ତ୍ରାଳୟ ପକ୍ଷରୁ ଗମ୍ଭୀର ଚିନ୍ତା ବ୍ୟକ୍ତ କରାଯାଇଛି । ଏଥିସହିତ କେବୁଲ ଟେଲିଭିଜନ ନେଟୱାର୍କ ନିୟାମକ ଆଇନ, ୧୯୯୫ ଏବଂ ଏହା ଅଧିନରେ ଥିବା ନିୟମାବଳୀର ଉଲ୍ଲଂଙ୍ଘନ ନକରିବାକୁ ଦୃଢ ଭାବେ ସତର୍କ କରିଦିଆଯାଇଛି ।

Leave A Reply

Your email address will not be published.