Latest Odisha News

BREAKING NEWS

ମନେ ଅଛି ତ ସୂର୍ଯ୍ୟକୁମାରଙ୍କ ଐତିହାସିକ କ୍ୟାଚ, ଫିଲ୍ଡର ଆଗକୁ କରିପାରିବେନି ଏହି ଚମତ୍କାର

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ କି ବା ଭୁଲିପାରିବ । ଏହି ରିଲେ କ୍ୟାଚ ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲା କହିଲେ ଭୁଲ ହେବନି । ତେବେ ଆଇସିସି ଓ ଏମସିସି ବାଉଣ୍ଡରୀ ଲାଇନ ଉପରେ ଏ ଭଳି କ୍ୟାଚ ଆଗକୁ ବୈଧ ହେବନି । ପୂର୍ବରୁ ଫିଲ୍ଡର ଶୂନ୍ୟରେ ରହି ବାଉଣ୍ଡରୀ ବାହାରେ ବଲକୁ ଛୁଇଁ ପାରୁଥିଲା । ପରେ ସେ ଏହାକୁ ବାଉଣ୍ଡରୀ ଭିତରକୁ ଆଣି କ୍ୟାଚ ନେଇପାରୁଥିଲା । ଏବେ ଏହି ନିୟମରେ ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ ଫିଲ୍ଡର ବାଉଣ୍ଡରୀ ବାହାରେ ଥରେ ମାତ୍ର ବଲକୁ ଛୁଇଁପାରିବେ । କ୍ୟାଚ ନେଲା ବେଳକୁ ପଡିଆ ମଧ୍ୟକୁ ଆସିବାକୁ ପଡିବ ।

ପୂର୍ବରୁ ଜଣେ ଫିଲ୍ଡର ବାହାରକୁ ଯାଇ ବଲ ଥ୍ରୋ କଲେ ପଡିଆ ମଧ୍ୟରେ ଥିବା ସାଥୀ ଖେଳାଳି ଏହାକୁ କ୍ୟାଚ କରୁଥିଲେ । ଏବେ ଥ୍ରୋ ଏବଂ କ୍ୟାଚ ସମୟରେ ଉଭୟ ଖେଳାଳି ପଡିଆ ମଧ୍ୟରେ ରହିବା ଜରୁରୀ । ଜଣେ ବାହାରେ ରହିଲେ ଏହାକୁ ବାଉଣ୍ଡରୀ ଘୋଷିତ କରାଯିବ । ୨୦୨୪ରେ ବିଗ ବାସ ଲିଗରେ ମାଇକେଲ ନେସର ବାଉଣ୍ଡରୀ ବାହାରେ ୨ ଥର ବଲ ଉପରକୁ ମାରି କ୍ୟାଚ ନେଇଥିଲେ । ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦିଆଯିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ଏହି ନିୟମରେ ପରିବର୍ତନ କରାଯିବା ନେଇ ଆଲୋଚନା ହେଉଥିଲା ।

Comments are closed.