Latest Odisha News

BREAKING NEWS

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି ଏହି ଅବସରରେ ସୌରଭ ଗାଙ୍ଗୁଲି କହିଛନ୍ତି । ଆସନ୍ତୁ ଜାଣିବା ନୂତନ ନିୟମ ବିଷୟରେ..
୧. କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେଲେ ନୂତନ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ କରିବ । କ୍ୟାଚ ଧରିବା ସମୟରେ ଦୁଇ ବ୍ୟାଟ୍ସମ୍ୟାନ ପରସ୍ପରକୁ ଅତିକ୍ରମ କରିଥିଲେ ବି ଏହାର ମାନେ କିଛି ରହିବ ନାହିଁ ।

୨.ୱିକେଟ ପତନ ପରେ ନୂତନ ବ୍ୟାଟ୍ସମ୍ୟାନ ୨ ମିନିଟ ମଧ୍ୟରେ ଷ୍ଟ୍ରାଇକ ନେବା ପାଇଁ ପ୍ରସ୍ତୁତ ରହିବା ବାଧ୍ୟତାମୂଳକ ।
୩.ଯଦି କୌଣସି ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବା ଅବସରରେ ପିଚ ବାହାରକୁ ପଳାଇଗଲେ ତାହା ଡେଡ ବଲ ଘୋଷିତ ହେବ । ସେହିପରି ଯଦି କୌଣସି ବଲ ବ୍ୟାଟ୍ସମ୍ୟାନକୁ ପିଚ ଛାଡିବା ପାଇଁ ବାଧ୍ୟ କରାଇବ ତାହା ନୋ ବଲ ଘୋଷିତ ହେବ ।
୪.ବୋଲର ବୋଲିଂ କରିବା ସମୟରେ ଫିଲ୍ଡର ଅନୁଚିତ ବ୍ୟବହାର ପ୍ରଦର୍ଶନ କଲେ ତାହା ଡେଡ ବଲ ଘୋଷିତ ହେବ । ବ୍ୟାଟିଂ କରୁଥିବା ଟିମକୁ ଅତିରିକ୍ତ ୫ ରନ ମିଳିବ ।
୫. ମାଙ୍କଡେଡ ଆଉଟକୁ ରନ ଆଉଟ ଭାବେ ଘୋଷଣା କରାଯିବ ।


୬.ଟି୨୦ କ୍ରିକେଟରେ ଧୀମା ବୋଲିଂ ହାର ପରେ ଯେତେ ଓଭର ବାକି ଥିବ ସେତିକ ଓଭର ୩୦ ଗଜ ବାହାରୁ ଗୋଟିଏ ଫିଲ୍ଡର କମ କରାଯାଇ ଖେଳାଯିବ । ଏବେ ଏହାକୁ ଦିନିକିଆରେ ଲାଗୁ କରାଯିବ ।
୭. ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ଦୁଇ ଟିମ ସହମତି ହେଲେ ହାଇବ୍ରିଡ ପିଚରେ ମ୍ୟାଚ ଖେଳାଯାଇ ପାରିବ । ପୂର୍ବରୁ କେବଳ ମହିଳା ଟି୨୦ରେ ଏହାକୁ ଲାଗୁ କରାଯାଉଥିଲା ।

୮. ବୋଲିଂ ବେଳେ ବୋଲର ଲାଳ ଲଗାଇବା ନିୟମ ଉପରେ କରୋନା ମହାମାରୀ ବେଳେ କଟକଣା ଲାଗୁ କରାଯାଇଥିଲା । ଏବେ ଏହି ନିୟମ ସର୍ବଦା ପାଇଁ ଲାଗୁ କରାଯାଇଛି ।

Leave A Reply

Your email address will not be published.