Latest Odisha News

BREAKING NEWS

ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ର ସିସିଟିଭି ଭାଙ୍ଗିବା ଘଟଣାରେ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଭାଙ୍ଗିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟସରକାର ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାଇଛନ୍ତି ।

“କେତେକ ପରୀକ୍ଷା କେନ୍ଦ୍ରରେ କପି ହେବା ସହିତ ଏକ ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଛାତ୍ରଙ୍କ ଦ୍ୱାରା ସିସିଟିଭି ଭଙ୍ଗାଯିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏପରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ସଂପୃକ୍ତ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହି ଘଟଣା ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କ ସହିତ ଗୁରୁବାର ଦିନ ଏକ ଭିଡ଼ିଓ କନଫରେନ୍ସିଂ ବୈଠକ ହୋଇଛି ।

Leave A Reply

Your email address will not be published.