Latest Odisha News

BREAKING NEWS

ଗିରଫ ହେଲେ ଇଡିକଲର କୋଟିପତି ମ୍ୟାନେଜର ଗୟା ସାଁତରା

ଭୁବନେଶ୍ୱର : ଗିରଫ ହେଲେ ଇଡ୍‌କଲ୍‌ର କୋଟିପତି ଜଏଣ୍ଟ ମ୍ୟାନେଜର ଗୟା ସାଁତରା ।  ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଠୁଳ କରିଥିଲେ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।  ଚଢାଉ ବେଳେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ତାଙ୍କ ଘରୁ ଠାବ କରିଥିଲା ଭିଜିଲାନ୍ସ ।

ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରୁ ବାହାରିଥିଲା ଅମାପ ସମ୍ପତ୍ତି  ।   ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ଗହଣା । ଗଣି ଗଣି ଭିଜିଲାନ୍ସ  ଟିମ  ନୟାନ୍ତ ହୋଇପଡ଼ିଥିଲେ । ଦେଢ କେଜିରୁ ଅଧିକ ସୁନା ଓ ସାଢେ ୬ କେଜିରୁ ଅଧିକ ରୁପା ତାଙ୍କ ଘରୁ ଜବତ କରିଛି ଭିଜିଲାନ୍ସ । ଏସବୁର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଥିଲା ଭିଜିଲାନ୍ସ ।

ସେହିପରି ତାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ, ୧୩ଟି ଦାମୀ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ୪ଟି ଆକାଉଣ୍ଟରେ  ୪ କୋଟି ୧୯ ଲକ୍ଷ ଟଙ୍କା ଥିବାବେଳେ  ତାଙ୍କର ୪ଟି ଦୁଇଚକିଆ ଗାଡି, ୨ଟି ଦାମୀ କାର ଥିଲା । ଏଥିସହିତ ତାଙ୍କର ଭୁବନେଶ୍ୱର, ନୟାଗଡ ଓ ଯାଜପୁରରେ ୧୩ଟି ଦାମୀ ପ୍ଲଟ ରହିଛି ।

ମଞ୍ଚେଶ୍ୱର ଇଣ୍ଡିଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଘର ଓ ଇଣ୍ଡଷ୍ଟ୍ରି, ଜୟଦେବ ବିହାର ସ୍ଥିତ ଅର୍ଦ୍ଧ ନିର୍ମିତ ଚାରି ମହଲା କୋଠା, କୋରାପୁଟ ସୁଙ୍କିରେ ଥିବା ଭଡାଘର, ସିମାଗାଡାରେ ଥିବା ଅଫିସ, ନୟାଗଡରେ ଥିବା ପୈତୃକ ଘର ଓ ରାୟଗଡାରେ ଥିବା ଶ୍ୱଶୁର ଘରକୁ ମିଶାଇ ମୋଟ ୭ଟିସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.