Latest Odisha News

BREAKING NEWS

ମମିତା ମେହେର ଡିଏନଏ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଗୋବିନ୍ଦ ସାହୁର ମୃତ୍ୟୁ ପରେ ମମିତା ମେହେରର ଡିଏନଏ ରିପୋର୍ଟକୁ ଦେଇ ବିବାଦ ଦେଖାଦେଇଛି। ମୁଖ୍ୟତଃ ରାଜ୍ୟ ଫରେନସିକ ଲ୍ୟାବ ଏବଂ ହାଇଦ୍ରାବଦ ଫରେନସିକ ଲ୍ୟାବର ଭିନ୍ନ ଭିନ୍ନ ରିପୋର୍ଟକୁ ନେଇ ବିବାଦ ଛିଡା ହୋଇଛି। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି।

ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା ନିକଟରେ କହିଥିଲେ, ମିଳିଥିବା ଦେହାବଶେଷର ଡିଏନଏ ମମିତାଙ୍କ ମାତା ପିତାଙ୍କ ଡିଏନଏ ପ୍ରୋଫାଇଲ ସହ ମ୍ୟାଚ କରୁନାହିଁ। ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ଏ ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମମିତା ମେହେରକୁ ନେଇ ଯେଉଁ କାଣ୍ଡ ହୋଇଥିଲା, ଡ଼ିଏନଏ ଆସାମଞ୍ଜସ୍ୟ କଥା ଆସୁଛି। ସେତେବେଳେ ସନ୍ଦେହ ତିଆରି କରୁଛି।

ବଡ଼ କଥା ହେଲା ରାଜ୍ୟ ଫରେନସିକ ରିପୋର୍ଟ କହୁଛି ଯେଉଁ ଦେହବଶାଷର ପରୀକ୍ଷା ହୋଇଛି ତାହା ମମିତାଙ୍କ ମୃତ ଦେହର ହାଡ଼। ହେଲେ କେନ୍ଦ୍ର ସରକାରଙ୍କ ହାଇଦ୍ରାବାଦ ସ୍ଥିତ ରିପୋର୍ଟ କହୁଛି ମମିତା ମେହେରଙ୍କ ବାପା-ମାର ଡିଏନଏ ରିପୋର୍ଟ ସହ ମେଳ ଖାଉନି। ଅର୍ଥାତ ମହାଲିଙ୍ଗ କଲେଜ ଭିତରେ ପୋଡି ଦିଆଯାଇ ପୋତା ଯାଇଥିବା ମର ଶରୀର ମମିତା ମେହେରର ନୁହେଁ! ତାହେଲେ ଗୋବିନ୍ଦ ଆତ୍ମହତ୍ୟା କଲେ କାହିଁକି? ଯଦି ଦୁଇଟି ଲ୍ଯାବର ରିପୋର୍ଟ ଭିନ୍ନ ତାହେଲେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ କିପରି ଓ କେଉଁ କାରଣ ପାଇଁ ହାଇଦ୍ରାବାଦ ଲ୍ୟାବ ରିପୋର୍ଟକୁ ଖାରଜ କରୁଛନ୍ତି?

ଗତକାଲି ଏହି ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି, ମମିତାର ଡିଏନ୍ଏ ତା’ର ବାପାମାଆଙ୍କ ସହ ମେଳ ଖାଉ ନ ଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ କ୍ରାଇମ୍ ସିନ ରିକ୍ରିଏସନ୍ ବେଳେ କିଛି ପୋଡ଼ି ଯାଇଥିବା ହାଡ଼ ଖଣ୍ଡ ଜବତ ହୋଇଛି। ଓଡ଼ିଶାରେ ମାଇଟୋକଣ୍ଡ୍ରିଆଲ ଡିଏନ୍ଏ ପରୀକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଆମେ ପୋଡ଼ି ଯାଇଥିବା ହାଡ଼ଗୁଡ଼ିକୁ ସିଡିଏଫଡିକୁ ପଠାଇଥିଲୁ। ହାଡଟି ବହୁତ ଅଧିକ ଜଳିଯାଇଛି, ସେଥିପାଇଁ ସିଡିଏଫଡି ମଧ୍ୟ ନମୁନାରୁ ନ୍ୟୁକ୍ଲିୟର ଡିଏନ୍ଏ ହାସଲ କରିବାରେ ବିଫଳ ହୋଇଛି।

କିନ୍ତୁ ପ୍ରଶ୍ନ ଉଠୁଛି ରାଜ୍ୟ ଫରେନସିକ ଲ୍ୟାବକୁ ଯେଉଁ ହାଡ ପଠାଯାଇଥିଲା ତାହା ସିଡିଏଫଡିକୁ ପଠାଗଲାନି କାହିଁକି। ଯଦି ପଠାଯାଇଥାନ୍ତା ତାହେଲେ ଏଭଳି ଗୋଳମାଳିଆ ରିପୋର୍ଟ ଆସିନଥାନ୍ତା। କାରଣ ହାଡଟି ଅଧିକ ପୋଡି ହୋଇଯାଇଥିବାରୁ ରିପୋର୍ଟ ନେଗେଟିଭ୍ ଆସୁଛି।

 

Leave A Reply

Your email address will not be published.