Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍ ଦେଇପାରିଲେ ଭାରତ ନିଶ୍ଚିତ ଏହି ଯୁଦ୍ଧରେ ବିଜୟୀ ହୋଇପାରିବ । ଏନେଇ ଆଜି ଏହି ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

ସେ କହିଛନ୍ତି, ୮୦ ପ୍ରତିଶତ କରୋନା କେସ୍ ଏହି ୧୦ ରାଜ୍ୟରୁ ଆସିଛି । ତେଣୁ ଯଦି ଏହି ୧୦ ରାଜ୍ୟରେ ଆମେ କରୋନାକୁ ହରାଇ ପାରିବା ତେବେ ଯାଇ ଦେଶ ବିଜୟୀ ହେବ । ଏଥିସହ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ୭୨ ଘଂଟିଆ ଫର୍ମୁଲା ମଧ୍ୟ ଦେଇଛନ୍ତି । ଯଦି ଆମେ ୭୨ ଘଂଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ କରିପାରିବା ତେବେ ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବେକାବୁ କରୋନା ଉପରେ ରୋକ ଲଗାଇବାକୁ ହେଲେ ୭୨ ଘଣ୍ଟିଆ ଫର୍ମୂଲା ଉପରେ ଧ୍ୟାନ ଦେବାକୁ ପଡ଼ିବ । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ୭୨ ଘଣ୍ଟା ଭିତରେ ଟେଷ୍ଟିଂ କରିବା ଜରୁରୀ । କଂଟେନ୍‌ମେଂଟ, କଂଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ଏହି ତିନୋଟି ହେଉଛି କୋଭିଡ-୧୯ର ପ୍ରମୁଖ ଅସ୍ତ୍ର । ଏଥିସହ ଟେଷ୍ଟିଂକୁ ଅଧିକ କରିବା ଉପରେ ଗୁରୁତ୍ୱ ଦେବା ଜାରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.