Latest Odisha News

ବଢିଲା ଇଗ୍ନୋ ନାମଲେଖା ଅବଧି

ଭୁବନେଶ୍ଵର: ବଢିଲା ଇଗ୍ନୋ ନାମଲେଖା ଅବଧି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଗ୍ନୋ କର୍ତ୍ତୃପକ୍ଷ ଇଗ୍ନୋ ନାମଲେଖା ଅବଧିକୁ ଫେବୃଆରୀ ୨୮କୁ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ୍ www.ignou.ac.inକୁ ବ୍ୟବହାର କରିପାରିବେ ।

https://ignouadmission.samarth.edu.in. ଲିଙ୍କରେ ଯାଇ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ଅଣ୍ଡର ଗ୍ରାଜୁଏଟ୍ (ବିଏସସିଏମ), (ବିସିଓଏମଏଫ୍), (ବିଏଏମ୍) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ଛାଡ଼ କରାଯାଇଛି ।

ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଇଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଚଳିତ ବର୍ଷ ଏମଏସସି ରେ କିଛି ନୂଆ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ଏଥିମଧ୍ୟରେ ଏମଏସସି (ଜୁଲୋଜି), ଏମଏସସି (କେମେଷ୍ଟ୍ରୀ), ଏମଏସସି (ଆନାଟିଲିକାଲ କେମେଷ୍ଟ୍ରୀ), ଏମଏସସି (ବାୟୋକେମେଷ୍ଟ୍ରୀ), ଏମଏସସି (ଜିଓଇନଫରମେଟିକ୍ସ), ଏମଏସସି (ଫିଜିକ୍ସ), ଏମଏସସି (ଆପ୍ଲାଏଡ ଷ୍ଟାଟିସଟିକ୍ସ), ଏମଏସସି (ଜିଓଗ୍ରାଫି) (ଏମଏସସିଜିଜି) ଏବଂ ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ଏମବିଏ ଓ ଏମସିଏ ଅନ୍ୟତମ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ ।

ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବେ ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର ୱେବସାଇଟରେ ପ୍ରଦାନ କରାଯାଇଛି ।

Comments are closed.