Latest Odisha News

BREAKING NEWS

IMA ଦେଲା କୋଭିଡ୍ ତୃତୀୟ ଲହର ନେଇ ସତର୍କବାଣୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଇଛି ଓମିକ୍ରନ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମାଡୁଛି । ଭାରତରେ ବି ବିଭିନ୍ନ ରାଜ୍ୟକୁ ଡେଇଁଲାଣି ଓମିକ୍ରନ । ସଂକ୍ରମଣ ନିୟନ୍ତ୍ରଣରେ ସଠିକ ପ୍ରତିଷେଧକମୂଳକ ପଦକ୍ଷେପ ନନେଲ ଖୁବଶୀଘ୍ର ଭାରତରେ ବଡ଼ ଧରଣର କୋଭିଡ୍ ତୃତୀୟ ଲହର ଆସିପାରେ । ଏଭଳି ସତର୍କବାଣୀ ଶୁଣାଇଛି ଇଣ୍ଡିଆନ୍ ମେଡାକାଲ୍ ଆସୋସିଏସନ୍ ବା ଆଇଏମଏ ।

ଭାରତରେ ବର୍ତ୍ତମାନ ୨୩ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡର ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଏହି ଭାରିଆଣ୍ଟ ଦ୍ରୁତ ବ୍ୟାପୁଛି । ବିଶେଷଜ୍ଞ କହୁଛନ୍ତି, ଏହା ଅଧିକ ସଂକ୍ରାମକ । ବର୍ତ୍ତମାନ ସୁଦ୍ଧା ମିଳିଥିବା ବୈଜ୍ଞାନିକ ତଥ୍ୟ ଓ ଓମିକ୍ରନ୍ ଉତ୍ପତ୍ତି ରାଷ୍ଟ୍ରର ପ୍ରମାଣ ଆଧାରରେ ଏହି ଦାବି କରୁଛନ୍ତି ବିଶେଷଜ୍ଞ ।

ଆଇଏମଏର କହିଛି, ଏବେ ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଓମିକ୍ରନ ନେଇ ଏବେଠାରୁ ସତର୍କ ନହେଲେ ଆଗକୁ ବିପଦଜ୍ଜନକ ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଖୁବଶୀଘ୍ର ଭାରତ ଦେଖିପାରେ କୋଭିଡ୍ ତୃତୀୟ ଲହର । ଓମିକ୍ରନ୍ ଦକ୍ଷିଣ ଆଫ୍ରିକାରୁ ବାହାରି ବିଶ୍ୱରେ ୩୯ରୁ ଅଧିକ ଦେଶକୁ କାୟା ମେଲାଇଲାଣି । ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବର୍ଗୀକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.