Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ବର । ଦିନ ସାଢେ ୮ ଟା ସୁଦ୍ଧା ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା ।  ବାୟୁମଣ୍ଡଳରେ ଆର୍ଦ୍ରତା ୬୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ମଧ୍ୟ ଅନୁଭୂତ ହେଉଛି ।

ରାଜ୍ୟରେ ପୁଣି ଫେରିଛି ଗ୍ରୀଷ୍ମ ପ୍ରବହ । ଆଜି ସକାଳୁ ସକାଳୁ ଦିନ ସାଢେ ୮ଟା ସୁଦ୍ଧା ରାଜଧାନୀରେ ୩୪.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ଆଗାମୀ ୨୧ ତାରିଖ ଯାଏଁ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏନେଇ ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ବରଗଡ, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ ଏବଂ କନ୍ଧମାଳ । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗଡା, ବରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲା ।

Leave A Reply

Your email address will not be published.