Latest Odisha News

BREAKING NEWS

ବିଶାଳ ଦାସଙ୍କ ପିଏଙ୍କ ଘରେ ଆଇଟି ଟିମର ଛାନଭିନ୍

ଝାରସୁଗୁଡା: ବିଶାଳ ଦାସଙ୍କ ପିଏଙ୍କ ଘରେ ଆୟକର ବିଭାଗର ଚଢାଉ । ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏଙ୍କ ଘରେ ଆଜି ଚଢ଼ାଉ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ପିଏ ବା ବ୍ୟକ୍ତିଗତ ସହକାରୀ ଆଶିଷ ଦାସଙ୍କ କୋଲାବିରା ଘରେ ଉପରେ ଏହି ରେଡ୍ ଜାରି ରହିଛି । ୨ ଜଣିଆ ଆୟକର ଟିମ ପକ୍ଷରୁ ପଚରାଉଚରା ଚାଲିଥିବା ନେଇ ସୂଚନା ମଳିଛି ।

ଶୁକ୍ରବାର ଆୟକର ବିଭାଗ ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏହି ଜେରା ହୋଇଛି ତାହା ଜଣାପଡିନାହିଁ । ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ଏନେଇ ବିଶାଳ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମଧ୍ୟ ମିଳିପାରିନଥିବା ବେଳେ ଆଜି ତାଙ୍କ ପିଏଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ ।

ତେବେ ଗୋଟେ ପଟେ ଭଉଣୀ ଦୀପାଳି ଦାସ ବିଜେଡିରୁ ପ୍ରାର୍ଥୀ ହୋଇ ପ୍ରଚାର ମଇଦାନରେ କସରତ କରୁଥିବା ବେଳେ, ନିର୍ବାଚନ ସମୟରେ ବିଶାଳଙ୍କୁ ଆୟକର ବିଭାଗ ଡାକି ଜେରା କରିବା ଚର୍ଚ୍ଚାର ବିଷୟ ପାଲଟଛି ।

Leave A Reply

Your email address will not be published.