Latest Odisha News

BREAKING NEWS

ହାଇଦ୍ରାବାଦ ପରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା

ମୁମ୍ବାଇ: ଲଘୁଚାପଜନିତ ଲଗାଣ ବର୍ଷାରେ ହାଇଦ୍ରାବାଦରେ ଜଳ ପ୍ରଳୟ ସୃଷ୍ଟି ହେଲା । ଏପଟେ ମୁମ୍ବାଇ ଓ ପୁଣେରେ ବି ବିତ୍ପାତ । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି । ବର୍ଷୁଛି ଯେ ବର୍ଷୁଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବଢୁଛି ଜଳସ୍ତର ।

ମୁମ୍ବାଇର ବାଏକୁଲା, ହିନ୍ଦମାତା, କୁର୍ଲା, କିଙ୍ଗ ସର୍କିଲ ସମେତ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ତଳି ଅଞ୍ଚଳ ଜଳମଗ୍ନ ହେଲାଣି । ଲୋକଙ୍କ ଘରେ ପାଣି ପଶିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତିନି ଫୁଟ ଲେଖାଏଁ ବର୍ଷା ପାଣି ପ୍ରବାହିତ ହେଉଛି ।

ଆଜି ମୁମ୍ବାଇ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ରେଡ୍ ଆଲର୍ଟ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ବର୍ଷା ଓ ସମ୍ଭାବ୍ୟ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରକୁ ଏନଡିଆରଏଫର ତିନିଟି ଟିମ୍ ପଠାଯାଇଛି ।

Leave A Reply

Your email address will not be published.