Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କୁ କରୋନା

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ କରୋନା ସଂକ୍ରମିତ । ବାରୋନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ।

୧୪ ବର୍ଷୀୟ ବାରୋନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ଓ୍ୱାଶିଂଟନର ଏକ ଘରୋଇ ସ୍କୁଲରେ ପଢୁଛନ୍ତି ବାରୋନ । ପୂର୍ବରୁ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ଦୁଇ ସପ୍ତାହ ତଳେ କରୋନା ସଂକ୍ରମିତ ହୋଇଥିଲେ ଡୋନାଲ୍ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ।

ଟ୍ରମ୍ପ ଫ୍ୟାମିଲିର ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି । ଚାରି ଦିନ ହସ୍ପିଟାଲରେ ରହିବା ପରେ ହ୍ୱାଇଟ ହାଉସ ଫେରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାପରେ ସେ ନିର୍ବାଚନ ପ୍ରଚାରରେ ଯାଉଛନ୍ତି ।

Leave A Reply

Your email address will not be published.