Latest Odisha News

BREAKING NEWS

ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପରେ ପାକିସ୍ତାନରେ ଉତେଜନା

ଲାହୋର: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ସେଠାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରୀ କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଯଦି ଇମ୍ରାନଙ୍କ କିଛି ଅସୁବିଧା ହୁଏ ତାହାହେଲେ ଏହାକୁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ବୋଲି ପିଟିଆଇ ସଦସ୍ୟ ତଥା ପୁତୁରା ହସନ ନିୟାଜି କହିଛନ୍ତି । ଯେଉଁମାନେ ଏଥିରେ ଜଡିତ ରହିବେ ସେମାନେ ପର ପଶ୍ଚ୍ୟାତାପ କରିବେ ବୋଲି ସେ କହିଛନ୍ତି ।

ପୂର୍ବରୁ ଇମ୍ରାନ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହି ଆସିଛନ୍ତି । ଏପରିକି କେଉଁମାନେ ମୋତେ ହତ୍ୟା କରିବେ ସେମାନଙ୍କ ନାମ ଓ ଠିକଣା ମୁଁ ଏକ ଭିଡିଓ ବାର୍ତାରେ ସୁରକ୍ଷିତ ରଖିଛି । ମୋ ହତ୍ୟା ପରେ ଯେପରି ଏହାକୁ ସର୍ବ ସାଧାରଣରେ ପ୍ରକାଶ କରାଯାଇ ପାରିବ । ଦେଶକୁ ବିକ୍ରି କରିବା ପାଇଁ ଇମ୍ରାନ ନ ଚାହିଁବାରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଫୈଜଲ ବାୱାଡା କହିଛନ୍ତି ।

Leave A Reply

Your email address will not be published.