Latest Odisha News

BREAKING NEWS

ବାପା ଆଣିଲେନି ବିରିଆନି, ଜୀବନ ହାରିଲା ପୁଅ

ନୀଳଗିରି: ବିରିଆନି ଖାଇବାକୁ ପୁଅର ଇଛା ଥିଲା । ସେଥିପାଇଁ ବାପାଙ୍କୁ ସେ ବିରିଆନି ଆଣିବାକୁ କହିଥିଲା । ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା, ପୁଅ ପାଇଁ ବିରିଆନି ଆଣିବାକୁ ଭୁଲିଯାଇଥିଲେ । ବିରିଆନି ନମିଳିବାରୁ ନିଜର ଜୀବନ ହାରିଦେଲା ପୁଅ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଳ୍ଲା ନୀଳଗିରି ଥାନା ଗୋବିନ୍ଦପୁର ଗ୍ରାମରେ ।

ଗ୍ରମର ମନୋରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା । ସତ୍ୟବ୍ରତକୁ ବିରିଆନି ଖାଇବାକୁ ଇଛା ହେବାରୁ ସେ ବାପାଙ୍କୁ ବିରିଆନି ଆଣିବା ପାଇଁ ଅଳି କରିଥିଲା । ସେପଟେ ବାପା ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥଲେ । ବାପା ଏକ କମ୍ପାନୀରେ ସିକ୍୍ୟୁରିଟି ଭାବେ କାମ ମଧ୍ୟ କରୁଥିଲେ । କାର୍ଯ୍ୟ ବ୍ୟସ୍ତତା କାରଣରୁ ବାପା ସତ୍ୟବ୍ରତ ପାଇଁ ବିରିଆନି ଆଣିବାକୁ ଭୁଲିଯାଇଥିଲେ । ବାପା ବିରିଆନି ନଆଣିଦେବାରୁ ଅବୁଝା ପୁଅ ବେକରେ ଗାମୁଛା ଲଗାଇ ଜୀବନ ହାରି ଦେଇଥିଲା ।

ପରିବାର ଲୋକେ ପୁଅକୁ ପ୍ରଥମେ ଖନ୍ତାପଡ଼ା ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ବାଲେଶ୍ୱର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇ, ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.