Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୂ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହରିଚନ୍ଦନପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର ତରୁ ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ । ଘଟଣାରେ ଶାଶୂକୁ ଗିରଫ କରିଛି ବଡ଼ଚଣା ପୋଲିସ ।

ସୂଚନା ଅନୁସାରେ, ଶାଶୂ-ବୋହୂଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା କିନ୍ତୁ ଗତକାଲି ଉଭୟଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା । ଏଥଇରେ ଉତକ୍ଷୀପ୍ତ ହୋଇ ଶାଶୂ ସଞ୍ଜୁ ଦାସ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲା । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଶାନ୍ତିଲତାଙ୍କ ବାପଘର ଲୋକ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶାଶୂ ସଞ୍ଜୁ ଦାସଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.