Latest Odisha News

BREAKING NEWS

ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ସିରିଜରେ ଭାରତ ୨-୦ରେ ଅଗ୍ରଣୀ

କୋଲକାତା: ଇଡେନଗାର୍ଡେନରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତ ବିଜୟରେ କେଏଲ ରାହୁଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୬୪ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାଶ ଆୟାର ୨୮ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନ କରି ଅଲଆଉଟ ହୋଇ ଯାଇଥିଲା । ନୂଆନିଣ୍ଡୁ ଫର୍ଣ୍ଣାଣ୍ଡୋ ୫୦, କୁଶଳ ମେଣ୍ଡିସ ୩୪ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ୪୩.୨ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଲାହିରୁ କୁମାରା ଓ ଚାମିକା କରୁଣାରତ୍ନେ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ଭାରତ ୮୬ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ମାତ୍ର ଏହା ପରେ ରାହୁଲ ଓ ହାର୍ଦ୍ଦିକ ଇନିଂସ ସମ୍ଭାଳିଥିଲେ । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା କ୍ରମାଗତ ୧୦ମ ଦିନିକିଆ ସିରିଜ ବିଜୟ ।

Leave A Reply

Your email address will not be published.