Latest Odisha News

BREAKING NEWS

ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ଲିଖିତ ପ୍ରତିଶ୍ରୁତି, ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ

ରାୟଗଡ଼ା: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର। ଆଉ ଏହାରି ଭିତରେ କିଏ ମାରିବ ବାଜି ସେ ନେଇ ଚାଲିଛି ଜୋରଦାର ଲଢେଇ। ତା ସହିତ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ତରିକା ଆପଣାଇବାକୁ ଭୁଲୁନାହାନ୍ତି।

ଏହିଭଳି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ଜଣେ ପ୍ରାର୍ଥୀ ଷ୍ଟାମ୍ପ ପେପରରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଭୋଟ ବର୍ଜନ ଚେତାବନୀ ଦେଇଥିବା ଗାଁର ଲୋକେ ତାଙ୍କ ନିଷ୍ପତିରୁ ଓହରିଛନ୍ତି। ଏହି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

କାଶୀପୁର ବ୍ଲକ୍ର କୋଡ଼ିପାରି ପଞ୍ଚାୟତ କଣ୍ଟାବାଞ୍ଜି ଗାଁରେ ପକ୍କା ରାସ୍ତା ରୁ ନେଇ ନଦୀରେ ପୋଲ ନିର୍ମାଣ ବି ହୋଇପାରୁନି।
ସମସ୍ୟା ନେଇ ବହବୁାର ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରିନି ଯାହାର ପ୍ରତିବାଦରେ ଗାଁର ଲୋକେ ଭୋଟ ବର୍ଜନ ନିଷ୍ପତି ନେଇଥିଲେ।

କାଶୀପୁର –ଖ ଜୋନ୍ ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ରିଙ୍କି ନାୟକ ଲୋକଙ୍କ ନିକଟରେ ପହଂଚି ବୁଝାର ସୁଝା କରିଥିଲେ। ଏପରିକି ଷ୍ଟାମ୍ପ ପେପରରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଜିତିବା ହାରିବା ତାଙ୍କ ହାତରେ ନାହିାଁ କିନ୍ତୁ ଗାଁର ସମସ୍ତ ସମସ୍ୟା ସମାଧାନ କରିବାର ଦେଇଥିଲେ ପ୍ରତିଶ୍ରୁତି ।

ଷ୍ଟାମ୍ପ ପେପରରେ ପ୍ରତିଶ୍ରୁତି ପାଇବା ପରେ ଗାଁର ଲୋକେ ନିଜ ଜିଦରୁ ଓହରିଥିଲେ।

 

Comments are closed, but trackbacks and pingbacks are open.