Latest Odisha News

ବାଚସ୍ପତି କହିବାକୁ ଦେଲେନି ବୋଲି ସଂସଦ ଭିତରେ ପୋଷାକ ଖୋଲି ଦେଲେ ଏମପି

କାଠମାଣ୍ଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି  ଜଣେ ସାଂସଦ ସମସ୍ତଙ୍କ ସମ୍ମୁଖରେ ନିଜର ପୋଷାକ ଖୋଲୁଛନ୍ତି। ଏହାକୁ ନେଇ ୟୁଜର୍ସମାନେ ଖୁବ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓଟି ନେପାଳର ବୋଲି ଜଣାଯାଇଛି । ଜଣେ ନିର୍ଦ୍ଦଳୀୟ ସାଂସଦ ଅମରେଶ କୁମାର ସିଂହ ସୋମବାର ସଂସଦ ଭିତରେ ସମସ୍ତଙ୍କ ସମ୍ମୁଖରେ ନିଜର ସର୍ଟ ଏବଂ ଗଞ୍ଜି ଖୋଲି ଦେଇଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କୁ ସଂସଦରେ କହିବା ପାଇଁ ସମୟ ଦିଆ ଯାଉନାହିଁ ।

BjdElectrycity

ଅମରେଶ କୁମାର ସିଂହ କଂଗ୍ରେସର ପୂର୍ବତନ ନେତା । ଗତବର୍ଷ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କାରଣ ତାଙ୍କୁ ନେପାଳୀ କଂଗ୍ରେସ ଟିକେଟ ଦେଇ ନ ଥିଲା । ଦିଲ୍ଲୀ ଜେଏନୟୁରୁ ପିଏଚଡି କରିବା ପରେ ସେ ରାଜନୀତିକୁ ଆସିଥିଲେ ।

ସାଂସଦ ଅମରେଶ ଅଭିଯୋଗ କରିଛନ୍ତି, ବାଚସ୍ପତି ଦେବରାଜ ଘିମିରେ ତାଙ୍କୁ ହାଉସ ଅଫ ରିପ୍ରେଜେଣ୍ଟେଟିଭ  (HOR)ରେ କହିବାର ସୁଯୋଗ ଦେଉ ନାହାନ୍ତି । ଏପରିକି ସ୍ପିକର ତାଙ୍କୁ ଚେତାବନୀ ଦେଇଥିଲେ, ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଏହାର ପ୍ରତିବାଦରେ ସେ ଏପରି କରିଛନ୍ତି।ଏହା ଉପରେ ପ୍ରତିକ୍ରିୟା ରଖି ସାଂସଦ ଆହୁରି କହିଛନ୍ତି, ‘ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା ପାଇଁ ସହୀଦ ହେବାକୁ ବି ମଁ ପ୍ରସ୍ତୁତ ଅଛି ।’

ଅନ୍ୟପକ୍ଷେ ବାଚସ୍ପତି ଘିମିରେ କହିଛନ୍ତି,  ସାସଂଦ ଭାବେ ସଂସଦୀୟ ମର୍ଯ୍ୟାଦାର ଧ୍ୟାନ ରଖିବା ଉଚିତ । ଯାହା ବି ହେଉ, ବାଚସ୍ପତିଙ୍କ କଥା ନ ଶୁଣି ସାଂସଦ ନିଜ ପୋଷାକ ଖୋଲି ଦେଇଥିଲେ । ଏହା ଦେଖି ଅନ୍ୟ ସାଂସଦମାନେ ତାଙ୍କର ମେଡିକାଲ ଟେଷ୍ଟ ଦରକାର ବୋଲି କହିଥିଲେ । ଏହା ପରେ ସାଂସଦ ଅମରେଶ ସିଂହ ଗୃହ ଛାଡି ପଳାଇଥିଲେ ।

ନେପାଳ ସଂସଦରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି ।

Leave A Reply

Your email address will not be published.