Latest Odisha News

BREAKING NEWS

ଚୀନ ସହ ଲଢ଼ିବାକୁ ଭାରତର ପାହାଡୀ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ କମିବାର ନାମ ଧରୁନି । ଉଭୟ ଦେଶ ସେମାନଙ୍କ ସୀମାରେ ଯବାନମାନଙ୍କୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି । ଚୀନ ସୀମାକୁ ଲାଗିଥିବା ୩୪୮୮ କିଲୋମିଟର ଏଲଏସିକୁ ଭାରତ ଜଗି ରହିଛି । ଏହି ଅବସରରେ ଗୋରିଲ୍ଲା ଯୁଦ୍ଧରେ ସିଦ୍ଧହସ୍ତ ପାହାଡୀ ସେନା (ମାଉଟେଂନ ଫୋର୍ସ)କୁ ଭାରତ ପ୍ରସ୍ତୁତ ରଖିଛି । ଚୀନ ସଡକ ମାଧ୍ୟମରେ ଭାରତ ସୀମା ନିକଟକୁ ସେନା ପଠାଉଥିବା ବେଳେ ଏହି ପ୍ରଶିକ୍ଷିତ ଯବାନମାନେ ପାହଡ ଉପରେ ରହି ଲଢ଼େଇ କରିବେ । କାରଗିଲ ଯୁଦ୍ଧରେ ଏହାର ଫଳାଫଳ ଦୁନିଆ ଦେଖିସାରିଛି ।

 ଉତରାଖଣ୍ଡ, ଲଦ୍ଦାଖ, ଗୋରଖା, ଅରୁଣାଚଳ ଓ ସିକ୍କିମର ଏହି ଯବାନଙ୍କୁ ଅଟକାଇବା ଚୀନ ପାଇଁ କାଠିକର ପାଠ ହେବ । ପାହଡର ଛୋଟ ଛୋଟ ରାସ୍ତାରେ ଏମାନେ ଲଢ଼ିବାରେ ସିଦ୍ଧହସ୍ତ । ଯାହାର ଅଭିଜ୍ଞତା ଚୀନର ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଚୀନ ସୀମାରେ ଭାରତକୁ ବାରମ୍ବାର ବିଶ୍ୱାସଘାତକତା କରୁଥିବାରୁ ଭାରତର ଏଥର କଡା ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.