Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି ମାନ୍ଧାନା (୩୦) ଓ ପୂଜା ବସ୍ତ୍ରକାର (୩୦ ନଟଆଉଟ) ରନ ସଂଗ୍ରହ କରିଥିଲେ । ଜବାବରେ ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୦.୩ ଓଭରରେ ୧୧୯ ରନରେ ଅଲଆଉଟ ହୋଇ ଯାଇଥିଲା ।

ସ୍ନେହ ରାଣା ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଝୁଲଣ ଗୋସ୍ୱାମୀ ଓ ପୂଜା ୨ଟି ଲେଖାଁଏ ୱିକେଟ ନେଇଥିଲେ । ପଂଏଟ ଟେବୁଲରେ ଭାରତ ୬ ଅଙ୍କ ସହ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇ ସେମିରେ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି । ବାଂଲାଦେଶ ବିପକ୍ଷରେ ଟିମ ଇଣ୍ଡିଆର ଏହା କ୍ରମାଗତ ୫ମ ବିଜୟ ।

Leave A Reply

Your email address will not be published.