Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଭାରତ

ଓଭାଲ: ବିଶ୍ୱକପ କ୍ରିକେଟର ଏକ ପ୍ରତିଦ୍ୱନ୍ଦିତା ମୂଳକ ମ୍ୟାଚରେ ରବିବାର ଦିନ ବିଶ୍ୱର ଦୁଇ ଶକ୍ତିଶାଳୀ ଟିମଙ୍କ ମଧ୍ୟରେ ହୋଇଥିଲା କଡ୍ଡା ଟକ୍କର୍ । ଏହି ମୁକାବିଲାରେ କଙ୍ଗାରୁ ଦଳକୁ ଧୁଳି ଚଟାଇ ଭାରତ ମାରିନେଲା ଜିତାପଟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଦୁର୍ଦ୍ଦଶ ଭାରତୀୟ କ୍ରିକେଟ ଦଳ ।

ଅଷ୍ଟ୍ରେଲିଆ ଭାରତୀୟ ସ୍କୋର ୩୫୨ ରନକୁ ଅତିକ୍ରମ କରିବାକୁ ମ୍ୟାଚର ଅନ୍ତିମ ବଲ୍ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ।


ମାତ୍ର ଭାରତୀୟ ବୋଲିଂ ବାହିନୀର ଶାଣିତ ବୋଲିଂ ଆଗରେ କଙ୍ଗାରୁ ଦଳ ପରାଜୟ ବରଣ କରିବାକୁ ଏକରକମ ବାଧ୍ୟ ହେଲା ।

ଭାରତୀୟ ଫାଷ୍ଟ ବୋଲର୍ ବୁମରା ଓ ଭୁବନେଶ୍ୱର କୁମାର ବ୍ୟାଟିଂ ପିଚରେ ମାପଚୁପ ବୋଲିଂ କରି ୬ଟି ଅଷ୍ଟ୍ରେଲୀୟ ୱିକେଟ ଅକ୍ତିଆର କରିଥିଲେ । ସ୍ପିନ ଯାଦୁକର ୟଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ମୂଲ୍ୟବାନ ୨ଟି ୱିକେଟ ଅକ୍ତିଆର କରିପାରିଛନ୍ତି । ଭାରତୀୟ ବିଶାଳ ସ୍କୋରକୁ ଛୁଇଁବାକୁ କଙ୍ଗାରୁ ଦଳ ରନ୍ ପଛରେ ଧାଉଁଥିବାର ଦେଖାଯାଇଥିଲା, ଏହାର ଫାଇଦା ଉଠାଇ ଦକ୍ଷ ଭାରତୀୟ ଫିଲ୍ଡର୍ ୨ଟି ରନଆଉଟ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ସର୍ବାଧିକ ୬୯ ରନ କରିଥିଲେ । ଓପନର ୱାର୍ଣ୍ଣର୍ ୫୬ ଏବଂ କପ୍ତାନ ଫିଞ୍ଚ ୩୬ ରନ କରିପାରିଥିଲେ । ସେହିପରି ୱିକେଟରକ୍ଷକ କ୍ୟାରି ଉପଯୋଗୀ ୫୫ ରନ କରି ଅପରାଜିତ ରହିଥିଲେ । ଖ୍ୱାଜା ୪୨ ରନ କରିଥିବା ବେଳେ ବୁମରାଙ୍କ ଦ୍ୱାରା ବୋଲ୍ଡ ଆଉଟ ହୋଇଥିଲେ ।

ଭାରତୀୟ ଓପନର ଶିଖର ଧାୱନଙ୍କ ଶତକୀୟ ଇନିଂସ ଲାଗି ତାଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

ଭାରତ ତା’ର ଆଗାମୀ ମ୍ୟାଚ ଆସନ୍ତା ୧୩ ତାରିଖରେ ନ୍ୟୁଜିଲାଣ୍ଡକୁ ଟ୍ରେଣ୍ଟବ୍ରିଜ ନଟିଂହାମଠାରେ ଭେଟିବ । ଭାରତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରି ଦୁଇଟି ଶକ୍ତିଶାଳୀ ଟିମ ବିପକ୍ଷରେ ମ୍ୟାଚ ଖେଳି ୨ଟି ବିଜୟ ହାସଲ କରିଛି । ଏବେ ଭାରତର ପଏଣ୍ଟ ୪ ରହିଛି ।

କେଉଁଦିନ କେଉଁ ଦଳକୁ ଭେଟିବ ବିରାଟଙ୍କ ଟିମ୍ ଇଣ୍ଡିଆ:
ବିପକ୍ଷ ଦଳ                           ଷ୍ଟାଡ଼ିୟମ / ସ୍ଥାନ                    ତାରିଖ / ସମୟ
ଭାରତ ବନାମ ଦକ୍ଷିଣ ଆଫ୍ରିକା –   ସାଉଥମ୍ପଟନ୍                        ଜୁନ ୫ (ଦିନ ୩ଟା)
ଭାରତ ବନାମ ଅଷ୍ଟ୍ରେଲିଆ –         ଓଭାଲ୍, ଲଣ୍ଡନ                     ଜୁନ ୯ (ଦିନ ୩ଟା)
ଭାରତ ବନାମ ନ୍ୟୁଜିଲାଣ୍ଡ –          ଟ୍ରେଣ୍ଟବ୍ରିଜ, ନଟିଂହାମ              ଜୁନ ୧୩ (ଦିନ ୩ଟା)
ଭାରତ ବନାମ ପାକିସ୍ତାନ –           ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୧୬ (ଦିନ ୩ଟା)
ଭାରତ ବନାମ ଆଫଗାନିସ୍ତାନ –      ହାମ୍ପସାୟାର, ସାଉଥମ୍ପଟନ       ଜୁନ ୨୨ (ଦିନ ୩ଟା)
ଭାରତ ବନାମ ୱେଷ୍ଟଇଣ୍ଡିଜ –         ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୨୭ (ଦିନ ୩ଟା)
ଭାରତ ବନାମ ଇଂଲଣ୍ଡ –              ଏଜବାଷ୍ଟନ, ବର୍ମିଂହାମ            ଜୁନ ୩୦ (ଦିନ ୩ଟା)
ଭାରତ ବନାମ ବାଂଲାଦେଶ –         ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୨ (ଦିନ ୩ଟା)
ଭାରତ ବନାମ ଶ୍ରୀଲଙ୍କା –              ହେଡ଼ିଂଲେ, ଲିଡ୍ସ୍                  ଜୁଲାଇ ୬ (ଦିନ ୩ଟା)
ପ୍ରଥମ ସେମିଫାଇନାଲ୍ –               ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍       ଜୁଲାଇ ୯ (ଦିନ ୩ଟା)
ଦ୍ୱିତୀୟ ସେମିଫାଇନାଲ୍ –              ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୧୧ (ଦିନ ୩ଟା)
ଫାଇନାଲ୍ –                              ଲର୍ଡସ୍, ଲଣ୍ଡନ                    ଜୁଲାଇ ୧୪ (ଦିନ ୩ଟା)

Leave A Reply

Your email address will not be published.