Latest Odisha News

BREAKING NEWS

ସବୁବେଳେ ବିଜେପି ସରକାର ରହିବେନି, ଦିନେ ନା ଦିନେ ମୁଁ ପ୍ରତିଶୋଧ ନେବି: ମମତା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାରୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଆଉ ବାକି ରହିଛି ୩ ପର୍ଯ୍ୟାୟ ମତଦାନ । ଏହାରିଭିତରେ ରାଜନୈତିକ ଦଳ ଏବଂ ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ସରକାର ସବୁବେଳେ ରହିବେ ନାହିଁ । ଦିନେ ନା ଦିନେ ସେମାନେ ବଦଳିବେ ।

ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଳଦିଆରେ ଆୟୋଜିତ ଏକ ଜନସଭାରେ ସମ୍ବୋଧନ କରି ୨୦୨୧ ର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନର ଘଟଣାକୁ ଜନସାଧାରଣଙ୍କୁ ମନେ ପକେଇଦେଇ ଲହିଛନ୍ତି ଯେ, ମୁଁ ସେହି ଘଟଣାକୁ ଏପର୍ଯ୍ୟନ୍ତ ଭୁଲି ନାହିଁ। ବିଜେପି ନିର୍ବାଚନରେ ଜିତିବା ପାଇଁ ଅନେକ କୌଶଳ ଅବଲମ୍ବନ କରିଥିଲା । ଅନେକ ଅଧିକାରୀଙ୍କୁ ସ୍ଥାନାନ୍ତର କରିଥିଲା । କିନ୍ତୁ ମନେରଖ ବିଜେପି ସବୁଦିନ ପାଇଁ ରହିବ ନାହିଁ । ଦିନେ ନା ଦିନେ ସେ ବଦଳିବ । ମୁଁ ପ୍ରତିଶୋଧ ନିଶ୍ଚୟ ନେବି ବୋଲି କହିଛନ୍ତି ମମତା ।

 

Leave A Reply

Your email address will not be published.