Latest Odisha News

BREAKING NEWS

‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’

ସୁବର୍ଣ୍ଣପୁର: ଛତିଶଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ଗଢିଛି ଆଉ ଏହାର ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଗଢନ୍ତୁ ବୋଲି ସୁବର୍ଣ୍ଣପୁରରେ ପ୍ରଚାର ବେଳେ ଲୋକଙ୍କୁ କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡାରେ ବିଜେପି ଦଳରେ ସାଂସଦ ଓ ବିଧାୟଙ୍କ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ଉଲୁଣ୍ଡା କଲେଜ ଖେଳ ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିରମାହାରାଜପୁର ପ୍ରାର୍ଥୀ ରଘୁନାଥ ଜଗଦଲ ଓ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀନି ସଙ୍ଗିତା କୁମାରୀ ସିଂଦେଓ ପାଇଁ ଭୋଟ ମାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଉପରେ ଅଭିଭାଷଣ ରଖିଥିଲେ । ଏହା ସହ ଛତିଶଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ଦଳ ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ହୋଇ ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର କରିବାକୁ କହିଥିଲେ l ଏହି ସଭାରେ ବିରମହାରାଜାପୁର ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀ ଓ ସମର୍ଥକ ଯୋଗଦେଇଥିଲେ l

Leave A Reply

Your email address will not be published.