Latest Odisha News

BREAKING NEWS

ଋଷ ଭାରତ ଓ ଚୀନ ପାଇଁ ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରୁ ନାହିଁ: ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଋଷିଆ ଯୁଦ୍ଧ ସମାପ୍ତ ପାଇଁ ୟୁକ୍ରେନ୍ ଉପରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିସାରନ୍ତାଣି। କେବଳ ଭାରତ ଓ ଚୀନ ପାଇଁ ସେ  ଏପରି କରିପାରୁ ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।

BjdElectrycity

ଆଗକୁ ଜି-୨୦ ସମ୍ମଳନୀରେ ଯୋଗ ଦେବା ପାଇଁ ବ୍ଲିଙ୍କେନ ଭାରତ ଆସିବେ। ହେଲେ ତା ପୂର୍ବରୁ ଋଷ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର ରୋକିବାରେ ଭାରତ ଓ ଚୀନକୁ ଶ୍ରେୟ ଦେଇଛନ୍ତି ବ୍ଲିଙ୍କେନ। ଗଣାଧ୍ୟମକୁ ସାକ୍ଷାତକାର ଦେଇ ବ୍ଲିଙ୍କେନ କହିଛନ୍ତି ଯେ ପୁଟିନ ଆହୁରି ପ୍ରତିକ୍ରିୟାଶୀଳ ହୁଅନ୍ତେ, କାରଣ ମସ୍କୋରୁ ଆସୁଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ପରମାଣୁ ଅସ୍ତ୍ରର ବ୍ୟବହାର କରନ୍ତେ। ହେଲେ ସେ ଏଥିରେ ପଞ୍ଚଘୁଞ୍ଚା ଦେଉଛି। କାରଣ ଭାରତ ଓ ଚୀନର ପ୍ରଭାବ ତାଙ୍କୁ ଏପରି କରିବାରୁ ବିରତ ରଖୁଛି ବୋଲି ବ୍ଲିଙ୍କେନ କହିଛନ୍ତି।

ତେଣୁ ଭାରତ ଓ ଚୀନ ହିଁ ଋଷକୁ ୟୁକ୍ରେନ୍ ଉପରେ ଆକ୍ରମଣରୁ ରୋକିପାରିବେ। ତେଣୁ ସେମାନଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ଏନେଇ କିଛି ପଦକ୍ଷେପ ନିଅନ୍ତୁ। ଭାରତ ଓ ଋଷ ମଧ୍ୟରେ ଦୀର୍ଘଦିନର ଉତ୍ତମ ସମ୍ପର୍କ ରହିଛି ଏକଥା ସତ। ହେଲେ ଆମେରିକା ସହ ବି ଭାରତର ସମ୍ପର୍କ ବଢୁଛି ବୋଲି ବ୍ଲିଙ୍କେନ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଶନ୍ଧୀ ଦରି ଋଷ ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଉଛି। ହେଲେ ଗତ କିଛି ବର୍ଷ ହେଲା ଯୁଦ୍ଧାସ୍ତ୍ର ପାଇଁ ଭାରତ ଆମେରିକା ଓ ଫ୍ରାନ୍ସ ଭଳି ଅନ୍ୟ ଦେଶ ସହ ମଧ୍ୟ ବ୍ୟବସାୟ ବଢାଉଛି ବୋଲି ବ୍ଲିଙ୍କେନ୍ କହିଛନ୍ତି।

Leave A Reply

Your email address will not be published.