Latest Odisha News

BREAKING NEWS

ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ ପାଇଁ ଆରମ୍ଭ କଲେ ଉଦ୍ୟମ: ରିପୋର୍ଟ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ରିଟେନର ଦି ସନରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ରୁଷିଆ ଏବେ ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହା ଦ୍ୱାରା ଉତେଜନା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ପୁତିନ ପ୍ରାଚୀନ ଆର୍କଟିକାରେ ଏକ ବଡ ପରମାଣୁ ପରୀକ୍ଷଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ୧୯୬୧ରେ ଯେଉଁ ସ୍ଥାନରେ ରୁଷିଆ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା ବିସ୍ଫୋରଣ କରାଇଥିଲା ସେଠାରେ ଏହି ପରୀକ୍ଷଣ ହେବ ।

ସେ ସମୟରେ ହୀରୋଶିମା ଉପରେ ପଡିଥିବା ପରମାଣୁ ବୋମା ତୁଳନାରେ ଏହା ୩୩୦୦ ଗୁଣ ଅଧିକ ଊର୍ଜା କ୍ଷମତା ବିଶିଷ୍ଟ ଥିଲା । ରୁଷ ନୋଭାୟା ଜେମଲ୍ୟା ଦ୍ୱୀପସମୂହରେ ଏହାର ପରୀକ୍ଷଣ କରାଇ ୟୁକ୍ରେନକୁ ଟାର୍ଗେଟ କରିବା ସହ ପରୋକ୍ଷରେ ଏହାର ସହଯୋଗୀ ୟୁରୋପୀୟ ଦେଶଗୁଡିକୁ ଡରାଇବାକୁ ଚାହୁଁଛି । ସୂଚନାଯୋଗ୍ୟ, ରୁଷ ନିକଟରେ ୫୮୮୯ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଯାହାକି ଆମେରିକା ତୁଳନାରେ ଅଧିକ । କିଛି ଦିନ ତଳେ ରୁଷ ସର୍ବଦା ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରି ଆସୁଛି ବୋଲି ପୁତିନ କହିଥିଲେ ।

Leave A Reply

Your email address will not be published.