Latest Odisha News

BREAKING NEWS

ଏହି ୬ ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଚୀନରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷଜ୍ଞଙ୍କ କହିବା କଥା, ନୂଆ ବର୍ଷରେ ଏହି ସ୍ଥିତି ଆହୁରି ବିଗିଡ଼ି ପାରେ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁବର ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଜାନୁଆରୀ ପହିଲାରୁ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଆରଟି-ପିସିଆର୍ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କ ଅନୁସାରେ, ୬ ଦେଶରୁ ଆସୁଥିବା ଯାତ୍ରୀ ଆରଟି-ପିସିଆର୍ ରିପୋର୍ଟ ଦେବେ । ଯାତ୍ରା ଆରମ୍ଭ ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବେ ।

ଚୀନ, ହଂଗ କଂଗ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଡିସେମ୍ବର ୨୪ରୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟିଂ ଆରମ୍ଭ ହୋଇଥିଲା । ପ୍ରତି ଉଡ଼ାଣର ୨ ପ୍ରତିଶତ ଯାତ୍ରୀଙ୍କ କରୋନା ଯାଞ୍ଚ ହେଉଛି ।

ତଥ୍ୟ ଅନୁସାରେ, ବିଦେଶରୁ ଆସୁଥିବା ପ୍ରତି ୧୫୦ ଯାତ୍ରୀରେ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ବିଗତ ୨ ଦିନରେ ଦେଶର ବିଭିନ୍ନ ବିମାନବନ୍ଦରରେ ୬ ହଜାର ଯାତ୍ରୀଙ୍କ କୋଭିଜ୍ ପରୀକ୍ଷା ହୋଇଥିବା ବେଳେ ୩୯ଟି ସଂକ୍ରମିତ ମାମଲା ଆସିଛି ।

Leave A Reply

Your email address will not be published.