Latest Odisha News

BREAKING NEWS

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପୋଲାଣ୍ଡରୁ ହେବ ପରିଚାଳିତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରୁ ଏଠାରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଏହା ପରିଚାଳିତ ହେବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପଶ୍ଚିମ ୟୁକ୍ରେନରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେଦ-ରୁଷ ଯୁଦ୍ଧ ନେଇ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ । ଖାର୍କିଭରେ ମୃତ୍ୟୁବରଣ କରିଥିବା ନବୀନ ଶେଖରପ୍ପାଙ୍କ ଶବକୁ ଭାରତ ଆଣିବା ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ଏହି ବୈଠକରେ ଅର୍ଥ ନିର୍ମଳା ସୀତରମଣ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ସମତେ ଅନ୍ୟ ବଡ ଅଧିକାରୀମାନେ ଉପସ୍ଥିତ ଥିଲେ । ତିନି ସେନାର ପ୍ରମୁଖଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା ।

Comments are closed, but trackbacks and pingbacks are open.