Latest Odisha News

ଟିଏମସିରେ ଯୋଗ ଦେଲେ ଶତ୍ରୁଘ୍ନ, ଆସନସୋଲରୁ ହେବେ ପ୍ରାର୍ଥୀ

କୋଲକାତା: ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଆଗାମୀ ଉପ ନିର୍ବାଚନରେ ଆସନସୋଲରୁ ପ୍ରାର୍ଥୀ କରାଯିବ ବୋଲି ମମତା କହିଛନ୍ତି । କଂଗ୍ରେସ, ବିଜେପି ପରେ ଏହି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଣଙ୍କ ଟିଏମସିରେ ଯୋଗ ଦେଇଛନ୍ତି ।

BjdElectrycity

ଦିଦି ଏ ସମ୍ପର୍କରେ ଟୁଇଟ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋଙ୍କୁ ବାଲିଗଂଜ ବିଧାନସଭା ସିଟରୁ ପ୍ରାର୍ଥୀ ହେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed, but trackbacks and pingbacks are open.