Latest Odisha News

BREAKING NEWS

ଏକାଥରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଭାରତ ପ୍ରସ୍ତୁତ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: ଯଦି ଆଜି ଭାରତରେ କୋଭିଡ ଟିକା ଆସିଯାଏ ତେବେ ସରକାର ଅତି କମରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ପ୍ରସ୍ତୁତ ରହିଥିବା ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ପାଖାପାଖି ୩ କୋଟି ଲୋକ ଚିହ୍ନଟ ହୋଇଛନ୍ତି। ଏଥିରେ ପ୍ରାୟ ୭୦ ରୁ ୮୦ ଲକ୍ଷ ଡାକ୍ତର ଏବଂ ପ୍ରାୟ ୨ କୋଟି ସ୍ୱାସ୍ଥ୍ୟ କର୍ମଚାରୀ ସାମିଲ ରହିବା ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ।

କରୋନା ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, “ ଜାନୁଆରୀରୁ ଜୁଲାଇ ମଧ୍ୟରେ କେତେ ପରିମାଣରେ ଟୀକାକରଣ କରାଯିବ ଓ କେତେ ଲୋକଙ୍କୁ ଟୀକା ପ୍ରଦାନ କରାଯିବ ସେନେଇ ବିଶେଷଜ୍ଞ ମାନେ ପ୍ରାଥମିକ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯଦି ବର୍ତ୍ତମାନ ଟୀକା ପରୀକ୍ଷଣ ସଫଳ ହୁଏ, ତେବେ ଚିହ୍ନଟ କରାଯାଉଥିବା ଲୋକଙ୍କୁ ପ୍ରଥମେ ଟୀକାକରଣ କରାଯିବ । ଏଥିରେ ସର୍ବ ପ୍ରଥମେ ପ୍ରାଥମିକତା କୋଭିଡ ଯୋଦ୍ଧା ମାନଙ୍କୁ ହିଁ ଦିଆଯିବ। ଏଥିରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ କେନ୍ଦ୍ରୀୟ ତଥା ରାଜ୍ୟ ପୋଲିସ୍ ଫୋର୍ସ, ହୋମଗାର୍ଡ, ସଶସ୍ତ୍ର ବାହିନୀ, ମ୍ୟୁନିସିପାଲିଟି କର୍ମଚାରୀ ଏବଂ ଆଶା କର୍ମୀ ଏବଂ କମ୍ୟୁନିଟି ୱାର୍କର ଯେପରି ସଫେଇ କର୍ମଚାରୀ ଶିକ୍ଷକ ଏବଂ ଡ୍ରାଇଭର ଆଦି ରହିବେ।

Leave A Reply

Your email address will not be published.