Latest Odisha News

BREAKING NEWS

ମାସେ ପରେ ୭୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ କମୁଛି । କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ମାସେ ପରେ ଗୋଟିଏ ଦିନରେ ୭୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ । ସେପ୍ଟେମ୍ବର ୧ ତାରିଖରେ ଶେଷ ଥର ଦିନକରେ ୭୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଭାରତରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩ । ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା କମିଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୮୪ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ମୃତ୍ୟୁବରଣ କଲେଣି ମୋଟ୍ ୧ ଲକ୍ଷ ୩ ହଜାର ୫୬୯ ସଂକ୍ରମିତ ।

ଦେଶରେ ଏବେ ପ୍ରତିଦିନ ଯେତିକି ସଂକ୍ରମିତ ହେଉଛନ୍ତି ତା ଅପେକ୍ଷା ଅଧିକ ଲୋକ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୬୨ ହଜାର ୪୯୦ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଚିକିତ୍ସାଧୀନ ଅଛନ୍ତି ୯ ଲକ୍ଷ ୧୯ ହଜାର ୨୩ ସଂକ୍ରମିତ ।

Leave A Reply

Your email address will not be published.