Latest Odisha News

କାନାଡା ନାଗରିକଙ୍କ ପାଇଁ ପୁନଃ ଇ-ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ ସୁଧୁରୁଛି ସ୍ଥିତି । ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ପୁଣି ଆରମ୍ଭ କରିଛନ୍ତି । ଏହି ସେବା ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ । ଭାରତର ଏହି ପଦକ୍ଷେପ ପରେ ଭାରତ ଏବଂ କାନାଡା ମଧ୍ୟରେ ପୁଣି ନୂଆ କରି ସମ୍ପର୍କ ଆରମ୍ଭ ହେବ ବୋଲି କୁହାଯାଉଛି । ପୂର୍ବରୁ ବ୍ୟବସାୟ ଏବଂ ଡାକ୍ତରୀ ଭିସା ସମେତ ୪ ଟି ସେବା ପାଇଁ ଅକ୍ଟୋବର ମାସରେ ଅନୁମତି ମିଳିଥିଲା । ଆଜି ପର୍ଯ୍ୟଟନ ଇ-ଭିସା ସେବାକୁ ପୁନଃ ଆରମ୍ଭ କରାଯାଇଛି ।

BjdElectrycity

ତେବେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । କରାଣ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଯଦି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ ।

କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା । ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। କାନାଡାକୁ ତାଙ୍କ କୂଟନୈତିଜ୍ଞଙ୍କୁ ଫେରାଇ ନେବାକୁ କହିବା ସହ ନାଗରିକଙ୍କ ପାଇଁ ଇ-ଭିସା ସେବା ସ୍ଥଗିତ ରଖିଥିଲା ।

ସୂଚନାଯୋଗ୍ୟ ଯେ, ଭାରତ-କାନାଡା ବିବାଦ ପରେ ପିଏମ ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମ ଥର ପାଇଁ ଉଭୟ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଦୁଇ ନେତାଙ୍କ ଏହି ବୈଠକ ଜି-୨୦ ର ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ, ବୈଠକ ପୂର୍ବରୁ ଭାରତର ଏହି ପଦକ୍ଷେପ ଏବେ ସବୁଠାରେ ଆଲୋଚନାର ବିଷୟ ପଲଟିଛିଯେ, ଭାରତ ବନ୍ଧୁତ୍ୱର ହାତ ବଢାଇଛି । ସେପ୍ଟେମ୍ବର ୨୧ ରେ, ଭାରତ କାନାଡା ନାଗରିକଙ୍କ ପାଇଁ ଇ-ଭିସା ସେବା ଉପରେ ରୋକ ଲଗାଇଥିଲା ।

Leave A Reply

Your email address will not be published.