Latest Odisha News

BREAKING NEWS

୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ !

ଭୁବନେଶ୍ୱର:ଓଡ଼ିଶାରେ ଆସନ୍ତା ତିନି ଦିନ ପାଇଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ  ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ପୂର୍ବାନୁମାନ କରିଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ  ନଭେମ୍ବର ୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଣ୍ଡାମାନ ସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ନଭେମ୍ବର ୨୬ରେ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ନଭେମ୍ବର ୨୭ ତାରିଖ ବେଳକୁ ଏହାଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏବଂ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଅବପାତରେ ପରିଣତ ହୋଇପାରେ । ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ସମ୍ପର୍କରେ କୌଣସି ସୂଚନା ନ ଥିବା କହିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪/୫ ଦିନ ପାଇଁ ରାତ୍ରିକାଳୀନ ତାପମାତ୍ରାରେ କୌଣସି ବଡ ଧରଣର ପରିବର୍ତ୍ତନ ସମ୍ଭାବନା ନ ଥିବା କୁହାଯାଇଛି ।

ଆସନ୍ତା ୨୨ ତାରିଖ  ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୩ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୨୪ ତାରିଖ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.