Latest Odisha News

ଦିଲ୍ଲୀ ସରୋଜ ହସ୍ପିଟାଲ୍‌ର ୮୦ ଜଣ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ସରୋଜ ହସ୍ପିଟାଲରେ ୮୦ ଜଣ ଡାକ୍ତରଙ୍କୁ କରୋନା। ଏହାସହିତ ଜଣେ ବରିଷ୍ଠ ସର୍ଜନ ଡା. ଏ.କେ ରାୱତ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହାସତ୍ତ୍ବେ ବି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।

କରୋନାରେ ଆକ୍ରାନ୍ତ ହୋଇଥିବା ୮୦ ଜଣ ଡାକ୍ତରଙ୍କ ମଧ୍ୟରୁ ୧୨ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଡାକ୍ତରମାନେ ଘରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି।

ସୂଚନା ଅନୁଯାୟୀ ଡାକ୍ତର ଏ.କେ ରାୱତ ସରୋଜ ହସ୍ପିଟାଲରେ ପ୍ରାୟ ୨୭ ବର୍ଷ ଧରି ରୋଗୀଙ୍କ ସେବାରେ ନିୟୋଜିତ ଥିଲେ।

ସରୋଜ ହସ୍ପିଟାଲରେ କରୋନାର ଭୟଙ୍କର ପ୍ରଭାବ ଯୋଗୁ ସମସ୍ତ ଓପିଡି ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଥିବା ଜଣାପଡିଛି।

Comments are closed.