Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ସିରିଜ ଅୟୋଜନ ନେଇ ସଙ୍କଟ, ଆୟୋଜକ ଦଳର ବ୍ୟାଟିଂ କୋଚ କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖାଦେଇଛି । ଗୁରୁବାର ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୧୩ ଜୁଲାଇରୁ ଦିନିକିଆ ସିରିଜ ଆରମ୍ଭ ହେବ । ଫ୍ଲାୱାର ଅନ୍ୟ ଖେଳାଳିମାନଙ୍କ ସଂସ୍ପର୍ଶରେ ରହିଥିବାରୁ ଏହା ଚିନ୍ତା ବଢ଼ାଇଛି ।

ସମସ୍ତ ଖେଳାଳିଙ୍କ ର‌୍ୟାପିଡ ଏଂଟିଜେନ ଟେଷ୍ଟ କରାଯାଇଥିଲା ବୋଲି ଆୟୋଜକ ଦେଶର ମୁଖ୍ୟ କୋଚ ମିକି ଆର୍ଥର କହିଛନ୍ତି । ପୁନର୍ବାର ଖେଳାଳିମାନଙ୍କ ପିସିଆର ଟେଷ୍ଟ କରାଯାଇଛି । ଏହାର ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ।

Leave A Reply

Your email address will not be published.