Latest Odisha News

BREAKING NEWS

Agni-4 Ballistic Missile:ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ୪,୦୦୦ କି.ମି ରେଞ୍ଜ…ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରସ୍ଥିତ ‘ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍’ (Integrated Test Range)ରୁ ଆଜି ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସମୟରେ ସମସ୍ତ କାର୍ଯ୍ୟକ୍ଷମ ଓ ବୈଷୟିକ ମାନଦଣ୍ଡ ସଫଳତାର ସହ ଯାଞ୍ଚ କରାଯାଇଥିଲା। ‘ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ୍’ (Strategic Forces Command)ର ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା।

ରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ, “ଅଗଷ୍ଟ ୬ ତାରିଖରେ ଓଡ଼ିଶାର ଚାନ୍ଦିପୁରସ୍ଥିତ ‘ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍’ (Integrated Test Range) ରୁ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଥିଲା। ଉତ୍‌କ୍ଷେପଣ ସମୟରେ ସମସ୍ତ କାର୍ଯ୍ୟକ୍ଷମ ଓ ବୈଷୟିକ ମାନଦଣ୍ଡ ସଫଳତାର ସହ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷଣ ‘ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ୍’ (Strategic Forces Command) ର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।”

ଅଗ୍ନି-୪ ହେଉଛି ଭାରତର ଅଗ୍ନି କ୍ଷେପଣାସ୍ତ୍ର ଶ୍ରେଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଏକ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଯାହା ପ୍ରାୟ ୪,୦୦୦ କିଲୋମିଟର ଦୂରତାରେ ଥିବା ଲକ୍ଷ୍ୟସ୍ଥଳକୁ ଭେଦ କରିବାର କ୍ଷମତା ରଖେ। ଚାନ୍ଦିପୁରରୁ କରାଯାଇଥିବା ଏହି ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ପଥ ଅନୁସରଣ କରିଥିଲା ​​ଏବଂ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିଥିଲା। ଏହି କ୍ଷେପଣାସ୍ତ୍ର ପରମାଣୁ ସହ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ ଅଟେ।

ଅଗ୍ନି-୪ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:-
-ଅଗ୍ନି-୪ କ୍ଷେପଣାସ୍ତ୍ରର ଦୈର୍ଘ୍ୟ ପ୍ରାୟ ୨୦ ମିଟର ଅଟେ।
-ଏହି କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୧୭,୦୦୦ କିଲୋଗ୍ରାମ ଅଟେ।
-ରିପୋର୍ଟ ଅନୁଯାୟୀ, ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା (ରେଞ୍ଜ୍) ୪,୦୦୦ କିଲୋମିଟର ଅଟେ।
-ଏହି କ୍ଷେପଣାସ୍ତ୍ର ୧,୦୦୦ କିଲୋଗ୍ରାମ ଓଜନର ପେ-ଲୋଡ୍ (payload) ବହନ କରିପାରିବ।

ଏହା ବ୍ୟତୀତ ଏହି କ୍ଷେପଣାସ୍ତ୍ରଟି ଅତ୍ୟାଧୁନିକ ନାଭିଗେସନ୍ ଏବଂ ନିୟନ୍ତ୍ରଣ ବ୍ୟବସ୍ଥାରେ ସଜ୍ଜିତ। ଏଥିରେ ‘ରିଙ୍ଗ୍ ଲେଜର ଜାଇରୋସ୍କୋପ୍’ ଉପରେ ଆଧାରିତ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ ଏବଂ ‘ଫ୍ଲେକ୍ସସିଲ୍ ଥ୍ରଷ୍ଟ ଭେକ୍ଟର୍ କଣ୍ଟ୍ରୋଲ୍’ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି।

Leave A Reply

Your email address will not be published.