Latest Odisha News

BREAKING NEWS

ସହିଦ ଦିବସରେ ଓଡିଶା ପୋଲିସର ସହିଦ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କଟକ : ୫୯ ତମ ରାଜ୍ୟସ୍ତରୀୟ ପୋଲିସ ସହିଦ ଦିବସ ଆଜି ପୂର୍ବାହ୍ନରେ କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଛି ।

ଏହି ଅବସରରେ ବିଭିନ୍ନ ଆରକ୍ଷୀ ବିଭାଗରେ ସହିଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ବୀର ସହିଦ ମାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆରକ୍ଷୀ ବାହିନୀ ତରଫରୁ ଶୋକଶାସ୍ତ୍ର, ସଲାମିଶାସ୍ତ୍ର ଓ ତୋପସଲାମୀ ପ୍ରଦର୍ଶନ କରାଯାଇଥିଲା ।

ଚଳିତବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରକ୍ଷୀ ବିଭାଗରେ ସର୍ବମୋଟ ୪୧୪ ଜଣ ଯବାନ ପ୍ରାଣବଳୀ ଦେଇଥିବାବେଳେ ସେଥିମଧ୍ୟରେ ଓଡିଶାର ଆରକ୍ଷୀ କନେଷ୍ଟବଳ ସଞ୍ଜୟ ମାଝୀ ରହିଛନ୍ତି । ଆଇ.ଜି ଅସିତ କୁମାର ପାଣିଗ୍ରାହୀ ସମସ୍ତ ୪୧୪ ଜଣ ବୀର ସହିଦଙ୍କ ନାମ ପାଠ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ୮ଜଣ ସହିଦଙ୍କ ପରିବାରଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ଶର୍ମା ସମ୍ବର୍ନ୍ଧିତ କରିଥିଲେ । ସେମାନେ ହେଲେ ମନୋରଂଜନ ଲେଙ୍କା (ସି.ଆର୍.ପି.ଏଫ୍), ଭୋଳା ନାଏକ (ଓଡିଶା ପୋଲିସ), ଦଣ୍ଡପାଣି ମିଶ୍ର (ଓଡିଶା ପୋଲିସ), ସେକ୍ ସମିରୁଦିନ୍ (ଓଡିଶା ପୋଲିସ), ଆର୍.ଏନ୍.ମହାକୁଡ (ସି.ଆର୍.ପି.ଏଫ୍), ପାର୍ଥ ରଂଜନ ବେହେରା (ଓଡିଶା ପୋଲିସ), ସୁରେଶ ଚନ୍ଦ୍ର ଧଳ (ଓଡିଶା ପୋଲିସ) ଓ ସିବାଶିସ ପଣ୍ଡା (ଓଡିଶା ପୋଲିସ) ।

ଉଲ୍ଲେଖଯୋଗ୍ୟ ଯେ ୧୯୫୯ ମସିହା ଆଜିର ଦିନରେ ଚୀନା ସୈନିକଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ଭାରତୀୟ ସି.ଆର୍.ପି.ଏଫ୍ ଯବାନ ପ୍ରାଣବଳୀ ଦେଇଥିଲେ । ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାରାଦେଶରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନକୁ ପୋଲିସ ସହିଦ ସ୍ମୃତି ଦିବସଭାବେ ପାଳନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କନିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave A Reply

Your email address will not be published.