Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟେଷ୍ଟ: ମ୍ୟାଚ ଜିତିଲେ ଧୋନୀଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲୀ

ଜାମାଇକା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାମାଇକାର କିଙ୍ଗଷ୍ଟନଠାରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଭାରତ ୧ମ ଟେଷ୍ଟରେ ବିପୁଳ ବିଜୟ ହାସଲ କରି ୧-୦ରେ ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିଛି । ଜାସନ୍ ହୋଲ୍ଡରଙ୍କ ଇଣ୍ଡିଜଦଳ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଉଦ୍ୟମ କରିବ ।

ଏହି ଟେଷ୍ଟମ୍ୟାଚ ଭାରତୀୟ ସମୟ ଶୁକ୍ରବାର ରାତି ୮ଟା ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଟିମ୍ ଇଣ୍ଡିଆ କପ୍ତାନ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ଭାରତୀୟ ଟେଷ୍ଟ କପ୍ତାନ ସୌରଭ ଗାଙ୍ଗୁଲିଙ୍କ ନାମରେ ପୂର୍ବରୁ ବିଦେଶ ମାଟିରେ ଅଧିକ ମ୍ୟାଚ୍ ବିଜୟର ରେକର୍ଡ଼ ରହିଥିଲା । ତାହାକୁ ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନୀ ଭଙ୍ଗ କରିସାରିଛନ୍ତି । ଏବେ ବିରାଟ କୋହଲୀ ମଧ୍ୟ ଜଣେ ସଫଳ ଅଧିନାୟକ ଭାବେ ଧୋନୀଙ୍କ ସେହି ରେକର୍ଡ଼ ସହିତ ସମକକ୍ଷ ରହିଛନ୍ତି । ଅର୍ଥାତ୍ ଧୋନୀ ଓ କୋହଲୀ ଉଭୟେ ବିଦେଶମାଟିରେ ୨୭ଟି ଲେଖାଏଁ ଟେଷ୍ଟ ମ୍ୟାଚ ଜିତି ସାରିଛନ୍ତି । ଯଦି ଏହି ମ୍ୟାଚରେ ଭାରତ ବିଜୟ ହାସଲ କରେ ତେବେ ବିରାଟ କୋହଲୀ ସଫଳ ଟେଷ୍ଟ ଅଧିନାୟକ ଭାବେ ପରିଗଣିତ ହେବେ ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ଥ, ରବୀନ୍ଦ୍ର ଜାଦେଜା, ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରା

Leave A Reply

Your email address will not be published.