ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖୋ ଖୋ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଛି । ଭାରତର ଏହା ପ୍ରଥମ ଟାଇଟଲ ରବିବାର ଖେଳା ଯାଇଥିବା ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ଟର୍ଣ୍ଣ ୧ ସୁଦ୍ଧା ଭାରତ ୩୪-୦ର ଅଗ୍ରଣୀ ରହି ବିପକ୍ଷ ଟିମକୁ ଚାପରେ ପକାଇଥିଲେ । ଟର୍ଣ୍ଣ ୨ ବେଳକୁ ନେପାଳ ଟିମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତ ୩୫-୨୪ରେ ଅଗ୍ରଣୀ ରହିଥିଲା । ଟର୍ଣ୍ଣ ୩ରେ ଭାରତ ୩୮ ପଂଏଟ ହାସଲ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା ।
ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଅପରଜେୟ ରହି ଟାଇଟଲ ହାସଲ କରିଛି । ଟିମ ଇଣ୍ଡିଆ ଦକ୍ଷିଣ କୋରିଆ, ଇରାନ ଓ ମାଲେସିଆକୁ ଗ୍ରୁପ ପର୍ଯ୍ୟାୟରେ ପରାସ୍ତ କରିଥିବା ବେଳେ ସେମିରେ ଦକ୍ଷିଣ ଆଫ୍ରିକାୁ ହରାଇଥିଲେ । ନେପାଳ ମଧ୍ୟ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତ ହର୍ଡଲ୍ସ ପାର କରିପାରି ନ ଥିଲା ।
Comments are closed.