Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦: ଟସରେ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲେ ବିରାଟ

ଲାଉଡ଼ରହିଲ: ଆଜି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଛି ପ୍ରଥମ ଟି-୨୦ ମ୍ୟାଚ୍ । ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଯୁକ୍ତରାଷ୍ଟ ଆମେରିକାର ଫ୍ଲୋରିଡ଼ାର ଲାଉଡ଼ରହିଲଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି ।

ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦, ଦିନିକିଆ ତଥା ଟେଷ୍ଟ ସିରିଜରେ ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ହେବ ।

ଦଳରେ କିଛି ନୂଆ ଖେଳାଳି ଅନ୍ତର୍ଭୃକ୍ତ ହୋଇଥିବା ବେଳେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଦଳର ନିୟମିତ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଉଦୀୟମାନ କିପର୍ ରିଷଭ ପନ୍ଥ ନୂଆ ଦାୟିତ୍ୱ ନେବେ । ସେହିପରି ଦୁର୍ଦ୍ଦଶ ଓପନର୍ ଶିଖର୍ ଧାୱନ ଏବଂ ମନୀଷ ପାଣ୍ଡେ ଦଳକୁ ଫେରିଥିବା ବେଳେ ପୂର୍ବପରି ବ୍ୟାଟିଂ ଲାଇନ୍ ଅପ୍ ଶକ୍ତିଶାଳୀ ସାବ୍ୟସ୍ତ ହେବ । ଦଳରେ ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ରାହୁଲ ଚହର, ଶ୍ରେୟସ ଆୟର ଏବଂ ଖଲିଲ୍ ଅହମ୍ମଦଙ୍କୁ ନୂଆ ଖେଳାଳିଭାବେ ସାମିଲ୍ କରାଯାଇଛି ।

ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ କିରଣ ପୋଲାର୍ଡ଼ ଓ ସୁନୀଲ୍ ନାରାୟଣ ଅନ୍ତର୍ଭୃକ୍ତ ହେବାପରେ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇ ଭାରତକୁ ନିଶ୍ଚିତ ରୂପେ ଚ୍ୟାଲେଞ୍ଜ୍ ଦେବ ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡ଼େଜା, କ୍ରୁନାଲ୍ ପାଣ୍ଡ୍ୟା, ରିଷଭ ପନ୍ଥ, ୱାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ଦୀପକ ଚହର ଏବଂ ନବଦୀପ ସାଇନି ।

Leave A Reply

Your email address will not be published.