Latest Odisha News

BREAKING NEWS

ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଗଠନ ହେବ ‘ରାଜ୍ୟ ପରାମର୍ଶଦାତା ପରିଷଦ’

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବଢାଇବାକୁ ସରକାର ‘ରାଜ୍ୟ ପରାମର୍ଶଦାତା ପରିଷଦ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶନିବାର ଦିନ ବିଧାନସଭାରେ କହିଛନ୍ତି ।

ଏହି ‘ପରାମର୍ଶଦାତା ପରିଷଦ’ରେ ପ୍ରଖ୍ୟାତ ଶିକ୍ଷାବିତ ମାନେ ରହିବେ ଯେଉଁମାନେ ଶିକ୍ଷାର ଗୁଣାତ୍ମକ ମାନ ବଢିବା କ୍ଷେତ୍ରରେ ନିଜର ମତାମତ ପୋଷଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀ ଅଭାବରୁ ରାଜ୍ୟରେ ବନ୍ଦ ହୋଇ ପିଡିଥିବା ବିଦ୍ୟାଳୟ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସ୍ଥାନ ମାନଙ୍କରେ ସ୍କୁଲ ବନ୍ଦ ରହିଛି ଉକ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତାବ ଦେଲେ ତାହା ମଧ୍ୟ ଖୋଲାଯିବ ।

Leave A Reply

Your email address will not be published.