Latest Odisha News

BREAKING NEWS

ଅପରେଶନ ମାଆ : ଆତଙ୍କବାଦୀଙ୍କୁ ମୁଖ୍ୟ ଧାରାକୁ ଫେରାଇବା ଲକ୍ଷ୍ୟରେ ଭାରତୀୟ ସେନା

ଲେହ: ଜମ୍ମୁ-କଶ୍ମୀର ଯୁବକମାନଙ୍କ ପାଇଁ ଭାରତୀୟ ସେନା ଅପରେଶନ ମାଆ ଆରମ୍ଭ କରିଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ଓ ଅପରାଧୀ ହେଉଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା । ଏହା ଦ୍ୱାରା ଆତଙ୍କବାଦୀଙ୍କୁ ବଦଳିବା ପାଇଁ ଶେଷ ସୁଯୋଗ ଦିଆଯାଉଛି । ଲେଫ୍ଟନାଂଟ ଜେନେରାଲ କେଜେଏସ ଢ଼ିଲୋଁଙ୍କ ଅନୁସାରେ ଏହି ଅପରେଶନ ଯୋଗୁ ଅନେକ ଯୁବକ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି ।

ଆତଙ୍କବାଦୀ ଗତିବିଧି ମଧ୍ୟ ଘାଟିରେ କମିବାରେ ଲାଗିଛି । ପରିବାର ସଦସ୍ୟଙ୍କୁ ପିଲାମାନଙ୍କୁ ଭୁଲ ବାଟରେ ନ ଛାଡିବା ପାଇଁ ସେନା ପକ୍ଷରୁ ଏହି ମିଶନ ମାଧ୍ୟମରେ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.