Latest Odisha News

BREAKING NEWS

୨୦୨୦ର ଭାରତୀୟ କ୍ରୀଡ଼ା ସମ୍ଭାବନା: ଟାର୍ଗେଟରେ ଟି୨୦ ବିଶ୍ୱକପ ସହ ଅଲିମ୍ପିକ ସ୍ୱର୍ଣ୍ଣ ପଦକ !

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ଭାରତୀୟ କ୍ରୀଡାକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା ସହ ଇତିହାସ ଦୋହରାଇବାର ସୁଯୋଗ ଆସିଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ପୁନର୍ବାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ଓ ୧୩ ବର୍ଷ ପରେ ଟି୨୦ ବିଶ୍ୱକପ ପୁର୍ନବାର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିବ ।

୨୦୧୩ରେ ଭାରତୀୟ କ୍ରିକେଟ ଟିମ୍ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଆଉ କୌଣସି ବଡ ଟୁର୍ନାମେଂଟ ଜିତି ନାହିଁ । ୨୦୧୪ ଟି୨୦ ବିଶ୍ୱକପ ଫାଇନାଲ, ୨୦୧୫ ଦିନିକିଆ ବିଶ୍ୱକପ ସେମିଫାଇନାଲ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରାଜୟ କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି । ସେହିପରି ୨୦୦୮ ବେଜିଂ ଅଲିମ୍ପିକ୍ସରେ ଶୁଟର ଅଭୀନବ ବିନ୍ଦ୍ରା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରଠାରୁ ଆଉ କୌଣସି ଆଥଲେଟ ଏହି ସଫଳତା ଦୋହରାଇ ପାରି ନାହାନ୍ତି । ରୌପ୍ୟ ଓ ବ୍ରୋଞ୍ଜ ପଦକକୁ ଭାରତୀୟ ଆଥଲେଟମାନେ ସ୍ୱର୍ଣ୍ଣରେ ପରିଣତ କରିବାକୁ ଚାହିଁବେ । ଟୋକିଓ ଅଲିମ୍ପିକ୍ସରେ ଭାରତର ଏହା ମୁଖ୍ୟ ଟାର୍ଗେଟ ରହିବ ।

ଏଥର ୧୫ ଶୁଟର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ସେମାନେ ଏହି ଲକ୍ଷ୍ୟରେ ରହିବ । ପ୍ରଦର୍ଶନକୁ ବିଚାରକୁ ନେଲେ ବ୍ୟାଡମିଂଟନରେ ପିଭି ସିନ୍ଧୁ, ମହିଳା ବକ୍ସିଂରେ ଏମସି ମେରୀ କମ୍ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିବେ ।

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ୫ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ରହିବ । ସେହିପରି ଭାରତୀୟ ମହିଳା ଟିମ୍ ଟି୨୦ ବିଶ୍ୱକପ ବିଜୟୀ ହେବା ଆଶାରେ ରହିଛି । ୩ଥର ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ ।

ସେହିପରି ଏସିଆ କପ୍, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜରେ ଭଲ ପ୍ରଦର୍ଶନ ନେଇ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଅଗ୍ନିପରୀକ୍ଷା ରହିବ ।

ଓଡ଼ିଆ ସ୍ପ୍ରିଣ୍ଟର୍ ତଥା ଭାରତର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦ ଅଲିମ୍ପିକ୍ସରେ ପଦାର୍ପଣ କରି ସ୍ୱର୍ଣ୍ଣ ପଦକ ହାସଲ କରିପାରିବେ ବୋଲି ଭାରତୀୟ କ୍ରୀଡ଼ା ପ୍ରେମୀ ଆଶା ବାନ୍ଧିଛନ୍ତି । କାରଣ ଦୂତୀ ଗତ ଏସିଆନ ଗେମ୍ସରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ବିଶ୍ୱ ଆଥଲେଟିକ୍ସର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

Leave A Reply

Your email address will not be published.