Latest Odisha News

BREAKING NEWS

ପାକିସ୍ତାନରେ ହିଟ୍ କଲା ଭାରତୀୟ ମିସାଇଲ୍, ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାକିସ୍ତାନରେ ହିଟ୍ କରିଛି ଭାରତୀୟ ମିସାଇଲ୍ । ଏହା ଭାରତ ପଟୁ ଭୁଲବସତଃ ଫାୟାରିଂ ହୋଇଥିବା ଜଣାପଡ଼ିଛି । ଏଥିରେ ପାକିସ୍ତାନର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି । ଏହା ଭୁଲରେ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି।

ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷଣୁ କୁହାଯାଇଛି ଯେ, ଗତ ସପ୍ତାହ କୌଣସି ଯାନ୍ତ୍ରିକ ତୃଟି କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍ ମେଣ୍ଟନାସ୍ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା ।

ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି। ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିରେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି। ଏହି ଅବାଞ୍ଝିତ ତ୍ରୁଟି ପାଇଁ ଆମେ ଦୁଃଖିତ ବୋଲି ପ୍ରତି ରକ୍ଷାମନ୍ତ୍ରଣାଳୟ କହିଛି ।

Comments are closed, but trackbacks and pingbacks are open.