Latest Odisha News

ବାହାଘରର କିଛି ଘଣ୍ଟା ପରେ ଚାଲିଗଲା ପାଇଲଟ ସ୍ୱାମୀଙ୍କ ଜୀବନ

ନୂଆଦିଲ୍ଲୀ: ବାହାଘରର କିଛି ଘଣ୍ଟା ପରେ ଚାଲିଗଲା ପାଇଲଟ ସ୍ୱାମୀଙ୍କ ଜୀବନ। ବାହାଘର ସରିବା ପରେ ବର-କନ୍ୟା ଉଭୟ ବେସ ଖୁସିଥିଲେ। ହେଲେ ସଂସାର ଗଢ଼ିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। କିଏ ଜାଣିଥିଲା ଆଖି ଆଗରେ ଚାଲିଯିବ ବରଙ୍କ ଜୀବନ । ଆମେରିକାରେ ଏଭଳି ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି।

ଆମେରିକାରେ ଭାରତୀୟ ବଂଶୋଭବ ଡେଭି ଫିଜି ବିବାହ କରିଥିଲେ । ବିବାହର କିଛି ସମୟ ପରେ ସେ ତାଙ୍କ ପତ୍ନୀଙ୍କ ସହ ହେଲିକାପ୍ଟରରେ ଯାଉଥିଲେ । ହେଲେ ଜର୍ଜିଆରେ ପାଗ ଖରାପପାଇଁ ହେଲିକାପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ତାଙ୍କ ସ୍ତ୍ରୀ ବଂଚିଯାଇଥିଲେ ହେ ଦୁର୍ଭାଗ୍ୟବଶତଃ ଡେଭିଙ୍କ ମୃତ୍ୟ ହୋଇଥିଲା।

ତେବେ ଡେଭି ମୁଁ ଖୁସି ଅଛି କହିବା ପରେ ହେଲିକାପ୍ଟର ଉଡାଣ ଭରିଥିଲା। ହେଲେ କିଛି ସମୟ ପରେ ଭୟଙ୍କର ଦୁର୍ଘଟଣା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.