Latest Odisha News

BREAKING NEWS

Odia movie release in Raja:ଜମିବ ରଜ ବଜାର;ବଡ଼ ପରଦାରେ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର… ନଜର ଆସିବେ ଏହି ମେଗାଷ୍ଟାର

ଭୁବନେଶ୍ବର: ଆସୁଛି ଓଡ଼ିଶାର ଗଣପର୍ବ ରଜ । ଏହି ସମୟରେ ରଜ ବଜାରରେ ନିଆଁ ଲଗେଇବାକୁ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର । ଏଥର ରଜରେ ଅନେକ ବିଗ୍ ବଜେଟ୍ ନୂଆ ଫିଲ୍ମ ଆସୁଛି । ଅନୁଭବ ମହାନ୍ତିଙ୍କ ଠାରୁ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ର,ଅମ୍ଲାନ ଦାସ ଓ ଅର୍ଦ୍ଧେନ୍ଦୁ ଭଳି ଦମଦାର ଷ୍ଟାର ଏଥର ରଜ ମାର୍କେଟରେ ଧମାକା କରିବାକୁ ହୋଇଛନ୍ତି ପ୍ରସ୍ତୁତ ।
ରଜ ସମୟରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ‘ମିଲେଟ ଡ଼ାଏରୀ’ ସହ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅଭିନେତା ଅର୍ଦ୍ଧେନ୍ଦୁଙ୍କର ‘ଡାଏରୀ ‘ଓ ଅମ୍ଲାନ ଦାସଙ୍କ ‘ଶିକାର’ ଚଳଚିତ୍ର ଆସୁଛି ।

ସୁପରଷ୍ଟାର ଅନୁଭବଙ୍କ ଫିଲ୍ମ ‘ଛକି ଶୂନ’ଆସନ୍ତା ୧୨ ତାରିଖରେ ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମର ‘ଆମେ ବାଳୁଙ୍ଗା ଟୋକା’ ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଅନୁଭବ ସମେତ ଏଥିରେ ଅନ୍ୟାନ୍ୟ ଭୂମିକାରେ ସମ୍ୱାନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଗରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ, ସୁଜିତ ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମାନସ ପଡିହାରୀ ଓ ସେ ହିଁ ଏହି ଫିଲ୍ମକୁ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଜାଗୃତି ଅନୁଭବ ମହାନ୍ତି, ନବୀନ ଭଣ୍ଡାରୀ ଓ ସ୍ୱୟଂ ଏହାର ପ୍ରଯୋଜକ ଅଟନ୍ତି । ଥ୍ରୀଲର ଓ ସସପିଏନ୍ସ ଭରା ଏହି ଫିଲ୍ମରେ ଅନୁଭବ ମହାନ୍ତି ଆଇପିଏସ ଚରିତ୍ରରେ ଆକ୍ସନ ମୁଡ଼ ରେ ନଜର ଆସିବେ ।

 

ସେହିପରି ‘ଦ ମିଲେଟ ଡାଏରୀ’ ଜୁନ ୧୨ରେ ରିଲଜ ହେବ । ବୈଦ ଚରିତ୍ରରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର । ମାଣ୍ଡିଆର ଔଷଧୀୟ ଗୁଣ ଓ ବିଶ୍ୱ ଦରବାରରେ ଏହାର ପରିଚୟକୁ ନେଇ ଫିଲ୍ମ ଟି ହୋଇଛି ।

ଷ୍ଟାରକାଷ୍ଟକୁ ଦେଖିବାକୁ ଗଲେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶୀତମ ଦାସ. ଶିବାନୀ ସଂଗୀତା, କୁନା ତ୍ରିପାଠୀ, ରାଜ ରାଜେଶ, ଶ୍ରଦ୍ଧା ଦାସ, ସୁଜନ୍ତ ଦାଶମହାପାତ୍ର, ଶକ୍ତି ବରାଲ, ସାନ୍ତୁ ନିଜେ, ରେଭାନ୍ସ ମହାନ୍ତି, ଶ୍ରେୟା ସତ୍ୟପାଠୀ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଭଳି ତାରକା ଅଭିନୟ କରିଛନ୍ତି । ଅଭିଷେକ ଏଥିରେ ବିଏମ୍ସି ଡ୍ରାଇଭର ଚରିତ୍ରରେ ନଜର ଆସିବା ସହ ଶିବାନୀ ଗାଉଁଲି ଝିଅର ଚରିତ୍ରରେ ନଜର ଆସିବେ ।

‘ଦ ମିଲେଟ ଡାଏରୀ’ର ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ ଥିବାବେଳେ ଏହି ଫିଲ୍ମରେ କାହଣୀ ଏବଂ ପ୍ରଯୋଜନା କରୁଛନ୍ତି JRM ଓ ସହ ପ୍ରଯୋଜକ ରହିଛନ୍ତି ରୋଜାଲିନ୍ ମହାନ୍ତି । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ ।

‘ଶିକାର’ ବିଷୟରେ କହିବାକୁ ଗଲେ, ଏହା ଏକ କ୍ରାଇମ, ଆକ୍ସନ ଓ ସସପେନ୍ସରେ ଭରା । ଏହି ଫିଲ୍ମ ଜୁନ ୧୨ରେ ରିଲଜ ହେବ । ଏହି ଫିଲ୍ମ ସହ ୨ ବର୍ଷ ପରେ ଅମ୍ଲାନ ପରଦାକୁ ଫେରୁଥିବା ବେଳେ ଫ୍ୟାନ୍ସ ତାଙ୍କ ଦମଦାର କମବ୍ୟାକ ଭଲ ହେବ ବୋଲି ଆଶା କରିଛନ୍ତି ।’ଶିକାର’ରେ ମୁଖ୍ୟ ଭୂମିକାରେ ଅଭିନେତା ଅମ୍ଲାନ ଦାସତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ସୁପ୍ରିୟା ନାୟକ ଓ ଏଲିନା ସାମନ୍ତରାୟ ନଜର ଆସିବେ । ଏହା ବ୍ୟତୀତ ଅଙ୍କିତ, ତାପସ ସରହରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରସାନ୍ତ, ପ୍ରଭାତୀ, ସ୍ମିତା ମହାନ୍ତି, ଅବିନାବ ସିଂ, ଜିଆନ ହୋଟା, ପୁଷ୍ପ ପଣ୍ଡା, ସୋହାନ ସିଂ, ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । କାହାଣୀ, ସ୍କ୍ରିନପ୍ଲେ କରିଛନ୍ତି ପ୍ରିୟବ୍ରତ ପଣ୍ଡା , ବୈଦ୍ୟନାଥ ଦାଶ ମ୍ୟୁଜିକ ଦେଉଥିବା ବେଳେ ଅମିତ ନାୟକ କେରିଓଗ୍ରାଫ କରୁଛନ୍ତି ।

୭ ବର୍ଷର ଅକୁହା ଓ ଅନନ୍ୟ ପ୍ରେମ କାହାଣୀ କହିବ ‘ଡାଏରୀ’ । ପ୍ରଥମ ଥର ପାଇଁ ଅର୍ଦ୍ଧେନ୍ଦୁଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ନଜର ଆସିବେ । ଅର୍ଦ୍ଧେନ୍ଦୁ ପ୍ରତିବର୍ଷ ଦଶହରାରେ ଧମାକା କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ତାଙ୍କ ଫିଲ୍ମ ରଜରେ ଆସିବାକୁ ଯାଉଛି । ସେହିପରି ବିବାହର ୧୦ ଦିନ ପୂର୍ବରୁ ଜସ୍ମିନଙ୍କ ଫିଲ୍ମ ଆସୁଛି । ତ୍ରିକୋଣୀୟ ପ୍ରେମ କାହାଣୀ ସହ ରୋମାନ୍ସ, ଆକ୍ସନ ଦେଖିବାକୁ ମିଳିବ । ଏହି ଫିଲ୍ମ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ । ସୋମେଶ ଶତପଥୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଅମିତ ନାୟକ ଓ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି ଫିଲ୍ମର ଗୀତଗୁଡ଼ିକୁ ଶ୍ରୁତିମଧୁର କରିଛି ।

Leave A Reply

Your email address will not be published.