Latest Odisha News

BREAKING NEWS

କୋଟା ହାସଲ କରିଥିବା ରେସଲର ଅଲିମ୍ପିକ୍ସ ଖେଳିବାକୁ ଯିବେ, ଦାହିୟାଙ୍କୁ ଝଟକା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନୂତନ ଅଧ୍ୟକ୍ଷ ସଞ୍ଜୟ ସିଂ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିବାଦ ଥମିବାର ନାମ ଧରୁନି । ଯେଉଁ ରେସଲର କୋଟା ହାସଲ କରିଛନ୍ତି ସେମାନେ ପ୍ୟାରିସ ଅଲିମ୍ପିକ ଖେଳିବାକୁ ଯିବେ ବୋଲି ସଞ୍ଜୟ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ୫୭ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରବି ଦାହିୟା ଅଡୁଆରେ ପଡି ଯାଇଛନ୍ତି । ସେ ଚଳିତ ବର୍ଷ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ସେ କ୍ୱାଲିଫାଇଂ ଇଭେଂଟରେ କୋଟା ହାସଲ କରିବାରେ ସଫଳ ହୋଇ ନାହାନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୂନିଆଙ୍କ ଉପରେ ବାସନ୍ଦ ଦଣ୍ଡାଦେଶ ଲାଗୁ ହୋଇଛି । ଡବ୍ଲ୍ୟୁଏଫଆଇର ଉପରୋକ୍ତ ଘୋଷଣା ପରେ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜେତା ସରିତା ମୋରେ(୫୭କିଗ୍ରା)ଙ୍କ ପାଇଁ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସ କବାଟ ବନ୍ଦ ହୋଇଯାଇଛି ।

ସେହିପରି ଭିନେଶ ଫୋଗଟଙ୍କୁ ୫୦ କିଗ୍ରା ବଦଳରେ ୫୩ କିଗ୍ରା ବିଭାଗରେ କୋଟା ହାସଲ କରିବାକୁ ପଡିବ । ସଞ୍ଜୟ କହିଛନ୍ତି ବୈଠକରେ ନିଷ୍ପତି ହୋଇଛି ଯିଏ ଭଲ ପ୍ରଦର୍ଶନ କରି କୋଟା ହାସଲ କରିବ ସେ ପ୍ୟାରିସ ଯିବ । ଏଠି ଫର୍ମ ଫିଟନେଓ ଓ ପ୍ରଦର୍ଶନକୁ ବିଚାରକୁ ନିଆଯିବ । ଏହା ସମସ୍ତ ରେସଲରଙ୍କ ପାଇଁ ଲାଗୁ ହେବ । ଭାରତର ୫ଜଣ ମହିଳା ଓ ଜଣେ ପୁରୁଷ ରେସଲର କୋଟା ହାସଲ କରିଛନ୍ତି ।

Leave A Reply

Your email address will not be published.