Latest Odisha News

BREAKING NEWS

ସମ୍ବିତଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ‘ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ, ସମ୍ବିତ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ’

ଭୁବନେଶ୍ବର: ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ବୟାନ ପରେ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର କଥା କହୁଛି, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖି ଆସିଛନ୍ତି । ଭଗବାନ ହେଉଛନ୍ତି ଅମର, ମଣିଷ ହେଉଛି ମରଶୀଳ । ତେଣୁ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ୍ ବୋଲି ପାଣ୍ଡିଆନ କହିଛନ୍ତି ।

ଏପରି ମନ୍ତବ୍ୟ ରେ ମୁଖ୍ୟମନ୍ତ୍ରୀ ମର୍ମାହତ ହୋଇପଡିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଲୋକମାନେ ମଧ୍ୟ ନିର୍ବାଚନରେ ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କୁ ଆଣିବା ପସନ୍ଦ କରନ୍ତିନି ।

ଏହାପରେ ସେ ସମ୍ବିତ ପାତ୍ରଙ୍କୁ ନିଜର ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି । ଭୀଷଣ ଗରମ, ଧୂଳି ପ୍ରତି ସଚେତନ ରୁହନ୍ତୁ । ଆଉ ମାତ୍ର ୩ ଦିନ ପରେ ତାଙ୍କ ନିର୍ବାଚନ ଅଛି । ତେଣୁ ଏଭଳି ସମୟରେ ସେ ଉପବାସ କଲେ, ଚେତା ହରାଇପାରନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.