Latest Odisha News

BREAKING NEWS

ପାହାଡ଼ ମୂଲକରେ କଳାଧାନ ଚାଷ କରି ସୁନା ଫଳାଇଲେ ଇଂଜିନିୟର ଛାତ୍ର; ଯୁବପୀଢ଼ିଙ୍କୁ ପ୍ରୋତ୍ସାହନ

ନୀଳଗିରି: ଇଚ୍ଛାଥିଲା ଡିପ୍ଲୋମା ପାସ କରି ଇଞ୍ଜିନିୟର ହେବା।ହେଲେ ପିଲାଦିନେ ଚାଷପ୍ରତି ଦୁର୍ବଳତା ଥିଲା।ନିଜସ୍ୱ ଜମିରେ ଫାର୍ମ ହାଉସ କରିବାର ସ୍ୱପ୍ନ ରହିଥିଲା।ଆଜି ସ୍ୱପ୍ନ ପୂରଣ ନହେଲେବି ଚାଷ କରି ସଫଳ ହୋଇଛନ୍ତି ଇଞ୍ଜିନିୟର ଯୁବକ। ଅର୍ଗାନିକ ଉପାୟରେ ପାହାଡ଼ ମୂଳରେ ରୋଗୀଙ୍କ ପାଇଁ କଳାଧାନ ଚାଷ କରି ଅଂଚଳରେ ଯୁବପୀଢ଼ିଙ୍କ ପାଇଁ ପ୍ରତ୍ସାହନ ଯୋଗାଇଛନ୍ତି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘରସାହି ଅଂଚଳର ସୌମ୍ୟକାନ୍ତ ଓରଫ ରାଜା । ୨୦୧୩ ମସିହାରେ ଡିପ୍ଲୋମା ଇଞ୍ଜିନିୟର ପାସ କରିବା ପରେ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଚାକିରୀ ଆସିଲା ସତ ହେଲେ ସେ ମନ ବଳାଇଲେ ନାହିଁ।ପାହାଡ଼ ମୂଳରେ ଥିବା ଜମିରେ ଫାର୍ମ ହାଉସ ସହ ଚାଷ କାମ ଆରମ୍ଭ କରିଲେ ।

କଳା ଧାନ ଚାଷ ଅର୍ଗାନିକ ଉପାୟରେ ଚାଷ କରିଥିଲେ।ଏହି ଧାନର ଚାଉଳ ହାର୍ଟ,ଡାଇବେଟିସ ସହ ଅନ୍ୟ ବଡ଼ବଡ଼ ରୋଗ ର ନିରାକରଣ ହୋଇଥିବାରୁ ଏହି ଚାଉଳ ର ଚାହିଦା ବଜାରରେ ବେଶ୍ ରହିଛି ।

ସାଢ଼େ ୭ ଏକର ଜମିରେ ସାଳଫୁଲ, ସ୍ୱର୍ଣ୍ଣ ଧାନ ଚାଷ କରିଥିବାବେଳେ କଳା ଧାନ ମଧ୍ୟ ଚାଷ କରିଛନ୍ତି । ୫ କେଜି ବିହନରୁ ଦୁଇଟି ଧାନ କିଆରୀରେ ମାତ୍ର ଚାଷ ହୋଇପାରିଥିଲା।ଚଳିତ ବର୍ଷ ଏହି ଚାଷ ଅର୍ଗାନିକ ଉପାୟରେ ବେଶ ଭଲ ଧାନ ଫଳିଥିବା ଦେଖି ତାଙ୍କର ଖୁସି କହିଲେ ନସରେ।ଏହି କଳା ଧାନର ଚାଉଳ ର ମୂଲ୍ୟ ୪୫୦ ଟଙ୍କା କେଜି ବାହାର ମାର୍କେଟ ରେ ବିକ୍ରୟ ହେଉଥିବା ବେଳେ ଏହି ଚାଷ ମଧ୍ୟ ଅନ୍ୟ ଚାଷୀଙ୍କୁ କିଛିକିଛି କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ପାହାଡ଼ ମୂଳରେ ପାଣିର ଅଭାବ ରେ ବର୍ଷା ପାଣି ଉପରେ ଭରସା କରି ଆଜି ଇଞ୍ଜିନିୟର ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ଯାହାକି ଅନ୍ୟ ଯୁବ ପିଢ଼ି ଙ୍କୁ ବେଶ୍ ପ୍ରୋତ୍ସାହନ ଯୋଗାଇ ପାରିଛି ।

Leave A Reply

Your email address will not be published.